ଦେଶ

ସାରା ଦେଶରେ 4ହଜାର 971 ଜଣଙ୍କ ମୁଣ୍ଡ ନେଲାଣି କୋରୋନା

ଅର୍ଗସ ବ୍ୟୁରୋ : ବେକାବୁ ହେଉଛି କୋରୋନା । ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ଏହି ମହାମାରୀ କୋରୋନା ଭୂତାଣୁ। ଦେଶରେ ଗତ 24 ଘଣ୍ଟା ମଧ୍ୟରେ 7 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷେ 74 ହଜାର ଛୁଇଁଛି ଭାରତରେ ମୋଟ ପଜିଟିଭଙ୍କ ସଂଖ୍ୟା ।

ସେହିପରି ଗତ 24 ଘଣ୍ଟାରେ 200ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଥି ସହିତ ଏବେ ସୁଦ୍ଧା ଦେଶରେ 82 ହଜାର 369 ଜଣ ସୁସ୍ଥ ହୋଇଥିବାବେଳେ 4ହଜାର 971 ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ତେବେ ସମଗ୍ର ବିଶ୍ୱରେ କଲବଲ କରୁଛି ଏହି ଭାଇରସ । ଏବେ ସୁଦ୍ଧା 60 ଲକ୍ଷ 48 ହଜାର 384 ଜଣ ବିଶ୍ୱରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି 25 ଲକ୍ଷ 38 ହଜାର 227 ଜଣ ସୁସ୍ଥ ହୋଇଥିବାବେଳେ 3ଲକ୍ଷ 68,604 ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଓ ବ୍ରାଜିଲରେ ସ୍ଥିତି ଅଧିକ ସଙ୍ଗୀନ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top