ଦେଶ

ସାରା ଦେଶରେ 5 ହଜାର 408 ଜଣଙ୍କ ମୁଣ୍ଡ ନେଲାଣି କରୋନା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ଏହି ମହାମାରୀ କବଳରେ ଏବେ ସାରା ଦେଶ। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ 7ମ ସ୍ଥାନରେ ରହିଛି ଭାରତ। ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 90 ହଜାର 609ରେ ପହଞ୍ଚିଥିବା ବେଳେ 5 ହଜାର 408 ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। ସେହିପରି ଏହି ମହାମାରୀ କବଳରୁ 91 ହଜାର 852 ଜଣ ସୁସ୍ଥ ହେଲେଣି।

ସୂଚନାନୁଯାୟୀ, ଦେଶରେ ଏଯାଏଁ 93 ହଜାର 349ଟି ଆ କ୍ଟିଭ୍ କେସ୍ ରହିଛି। ସେପଟେ 8 ହଜାର 944 ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ତେବେ ଦେଖିବାକୁ ଗଲେ ଦେଶରେ ଏଯାଏଁ 3,737,027 ସାମ୍ପୁଲ ଟେଷ୍ଟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top