ନ୍ୟୁଜ୍

ବଡ଼ ଖବର : ରାଜ୍ୟରେ ସୁସ୍ଥ ହେଲେ 119 କୋରୋନା ସଂକ୍ରମିତ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତୀକର ଖବର ମିଳିଛି। ଆଜି ରାଜ୍ୟରେ ଆଉ 119 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ଆଜି ସୁସ୍ଥ ହୋଇଥିବା 119 ଜଣଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ 60, କଟକରୁ 13, କେନ୍ଦ୍ରାପଡ଼ାରୁ 12, ଗଜପତିରୁ 9, ନୟାଗଡ଼ରୁ 6, ସୁନ୍ଦରଗଡ଼ରୁ 5, ବାଲେଶ୍ଵର, ପୁରୀ ଓ ଖୋର୍ଦ୍ଧାରୁ 3 ଜଣ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ, ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି।  ତେବେ ରାଜ୍ୟରେ ଏଯାବତ୍ 1245 କଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top