ଦେଶ

ଦେଶରେ 5 ହଜାର 608 ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ କରୋନା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଭୂତାଣୁ କବଳରେ ଏବେ ଭାରତ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 198,706କୁ ଛୁଇଁଥିବା ବେଳେ ଏଯାବତ୍ 5 ହଜାର 608 ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ କରୋନା। ସେପଟେ ଏହି ଭୂତାଣୁ କବଳରୁ ଏଯାଏଁ 95 ହଜାର 754 ଜଣ ମୁକ୍ତ ହେଲେଣି।

ସୂଚନାନୁଯାୟୀ ଦେଶରେ ଏଯାଏଁ 97 ହଜାର 344 ଟି କରୋନା ଆକ୍ଟିଭ୍ କେସ୍ ଥିବା ବେଳେ 8,944 ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ସେପଟେ ଦେଶରେ ଏଯାଏଁ 3,837,207 ସାମ୍ପୁଲ ଟେଷ୍ଟ ହୋଇଛି। ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଭାରତ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top