ନ୍ୟୁଜ୍

ରାଜ୍ୟରେ ପୁଣି 167 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ପୁଣି 167 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 150 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 17 ଜଣ ସ୍ଥାନୀୟ ସଂକ୍ରମିତ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ରାୟଗଡ଼ାରୁ 5, ଯାଜପୁରରୁ 5, ଖୋର୍ଦ୍ଧାରୁ 8, ନୟାଗଡ଼ରୁ 2, ବାଲେଶ୍ଵରରୁ 13, ଜଗତସିଂହପୁରରୁ 19, କଟକରୁ 3, ଢେଙ୍କାନାଳରୁ 9, ବରଗଡ଼ରୁ 1, ଗଞ୍ଜାମରୁ 30, ଗଜପତିରୁ 41, ପୁରୀରୁ 1, ସୁନ୍ଦରଗଡ଼ରୁ 4, ବଲାଙ୍ଗୀରରୁ 1, ମୟୁରଭଞ୍ଜରୁ 14, କୋରାପୁଟରୁ 1, ଝାରସୁଗୁଡ଼ାରୁ 3, କେନ୍ଦ୍ରାପଡ଼ାରୁ 7 ଜଣ।

ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 470ରେ ପହଞ୍ଚିଥିବା ବେଳେ 3 ହଜାର 863 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏଯାବତ୍ 1 ହଜାର 583ଟି ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top