ଦେଶ

ସାରା ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 64ଲକ୍ଷ 12ହଜାର 815କୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ସାରା ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 64ଲକ୍ଷ 12ହଜାର 815ରେ ପହଁଚିଲାଣି। ସେହିପରି ଏହି ମହାମାରୀରେ ବିଶ୍ଵବ୍ୟାପୀ 652,039 ଜଣ ପ୍ରାଣ ହରାଇଥିବା ବେଳେ 10,042,362 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏଯାଏଁ 5,718,414 ଆକ୍ଟିଭ୍ କେସ୍ ରହିଛି। ସେମାନଙ୍କ ମଧ୍ୟରୁ 66,245ଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି।

ତେବେ ମହାମାରୀ କରୋନାରେ ସବୁଠୁ ଅଧିକ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା ହୋଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 4,371,839ରେ ପହଞ୍ଚିଥିବା ବେଳେ 149,849 ଜଣ ମୃତ୍ୟୁବରଣ କଲେଣି। ସେହିପରି ଦ୍ଵତୀୟରେ ବ୍ରାଜିଲ ରହିଛି। ଏଠାରେ 2,419,901 ଜଣ ସଂକ୍ରମିତ ହୋଇଛନ୍ତି ଓ 87,052 ଜଣ ମୃତ୍ୟୁବରଣ କରିଛନ୍ତି। ଏହାପରେ ତୃତୀୟ ସ୍ଥାନରେ ଭାରତ ରହିଛି। ଏଠାରେ 1,436,019 ଜଣ ସଂକ୍ରମିତ ହୋଇଥିବା ବେଳେ 32,812 ଜଣ ପ୍ରାଣ ହରାଇଲେଣି। ସେହିପରି ଦେଶରେ ସମୁଦାୟ 918,735 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏଯାବତ୍ 484,472 ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top