ନ୍ୟୁଜ୍

ବିଶ୍ଵରେ କରୋନା ଜନିତ ମୃତ୍ୟୁ 6 ଲକ୍ଷ 69 ହଜାର ଟପିଲା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କରୋନା ଆତଙ୍କ। ବିଶ୍ଵର 213ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା ଭୂତାଣୁ। ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6 ଲକ୍ଷ 69 ହଜାର 96ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 71 ଲକ୍ଷ 72 ହଜାର 807ରେ ପହଞ୍ଚିଛି। ସେପଟେ ମହାମାରୀ କରୋନା କବଳରୁ 1 କୋଟି 6 ଲକ୍ଷ 72 ହଜାର 781 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ବିଶ୍ଵରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ 45,60,151 ଜଣ ସଂକ୍ରମିତ ହୋଇଥିବା ବେଳେ 1,53,581 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ। ସେହିପରି ବ୍ରାଜିଲରେ 25,55,518 ସଂକ୍ରମିତ, 90,188 ମୃତ। ଋଷିଆରେ 8,28,990 ସଂକ୍ରମିତ, 13,673 ମୃତ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top