ଦେଶ

ଦେଶରେ କୋଭିଡ 19 ପୁନରୁଦ୍ଧାର ହାର 65.77 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ଵରେ କରୋନା ଆତଙ୍କ। ମହାମାରୀ କରୋନା ଭାରତରେ ତାର କାୟା ବିସ୍ତାର କରି ଚାଲିଛି। ଦେଶରେ ଅନଲକ ପ୍ରକ୍ରିୟାରେ ଅନେକ କୋହଳ ହୋଇଥିବାରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇଛି ତେଣୁ ସଂକ୍ରମଣ ହାର ମଧ୍ୟ ସେଥିପାଇଁ ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଭାରତରେ ପ୍ରତିଦିନ 50 ହଜାର ସଂକ୍ରମଣ ସାମ୍ନାକୁ ଆସୁଥିବା ବେଳେ ସୁସ୍ଥ ହାର ମଧ୍ୟ ବୃଦ୍ଧି ହେଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ମୋଟ 11,86,203 ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି। ସମୁଦାୟ 11,86,203 କରୋନାରୁ ସୁସ୍ଥ ହେବା ଫଳରେ ପୁନରୁଦ୍ଧାର ହାର 65.77 ପ୍ରତିଶତକୁ ମଧ୍ୟ ବୃଦ୍ଧି ପାଇଛି।

ସଂକ୍ରମଣରୁ ପୁନରୁଦ୍ଧାର ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 6 ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ପ୍ରକୃତ ସକ୍ରିୟ ସଂକ୍ରମଣ ପାଞ୍ଚ ଲକ୍ଷ 79 ହଜାରରୁ ଅଧିକ ରହିଛି। ସମସ୍ତ ସଂକ୍ରମଣ ରୋଗୀ ଡାକ୍ତରଙ୍କ ତତ୍ୱାବଧାନରେ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ, ସାରା ଦେଶରେ 40 ହଜାର 574 ଜଣ ସଂକ୍ରମଣରୁ ଭଲ ହୋଇଛନ୍ତି। 24 ଘଂଟା ମଧ୍ୟରେ ପୁଣି 52,972 ନୂତନ ମାମଲା COVID-19କୁ 18 ଲକ୍ଷ ତିନି ହଜାର 695କୁ ବୃଦ୍ଧି କରିଛି। ସାରା ଦେଶରେ ବର୍ତ୍ତମାନ କୋଭିଡ ଯୋଗୁଁ 38 ହଜାର 135 ଜଣ ମୃତ୍ୟୁବରଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top