ନ୍ୟୁଜ୍

ଆଜି ରାଜ୍ୟରେ କରୋନା ମହାମାରୀ ନେଲା 12 ଜୀବନ

corona

 ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଠିକ୍‌ ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ରାଜ୍ୟରେ କରୋନା ମହାମାରୀ ନେଇଛି 12 ଜୀବନ । ଯାହାକୁ ମିସାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 247ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ 3 ଜଣ ଥିବା ଜଣାପଡିଛି । ସେହିପରି ଗଜପତି, ଢେଙ୍ଗାନାଳ, ଭଦ୍ରକ, କେନ୍ଦ୍ରାପଡା ଓ  ସମ୍ବଲପୁରରୁ  ଜଣେ ଲେଖା କୋରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top