ନ୍ୟୁଜ୍

ବ୍ରେକ ଫେଲ କରୋନା, ସାରା ବିଶ୍ଵରେ ୯ ଲକ୍ଷ ୧୮ ହଜାର ୯୨୮ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ କରୋନା

ଅର୍ଗସ ବ୍ୟୁରୋ : ବିଶ୍ଵରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନ ସଂକ୍ରମଣ। ସାରା ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୩୯ ହଜାର ୩୫୭କୁ ବୃଦ୍ଧି ହୋଇଥିବା ବେଳେ ୯ ଲକ୍ଷ ୧୮ ହଜାର ୯୨୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ମହାମାରୀରୁ ୨ କୋଟି ୫ ଲକ୍ଷ ୬୩ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧ ଲକ୍ଷ ୫୬ ହଜାର ୪୭୮ ସକ୍ରିୟ ସଂକ୍ରମିତ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୭୪ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ତେବେ ମହାମାରୀ କରୋନା ଭାଇରସ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା। ଏହା ପଛକୁ ଭାରତ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ। ଯୁକ୍ତରାଷ୍ଟ୍ର ଆମେରିକାରେ ୬୬ ଲକ୍ଷ ୩୫ ହଜାର ୯୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୭ ହଜାର ୩୯୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୯ ଲକ୍ଷ ୧୭ ହଜାର ୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୦ ହଜାର ୯୩୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୩୩୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ବ୍ରାଜିଲରେ ୪୨ ଲକ୍ଷ ୮୩ ହଜାର ୯୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୪୭୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top