ନ୍ୟୁଜ୍

ରାଜ୍ୟରେ ସୁସ୍ଥ ହେଲେ ଆଉ 36 କୋରୋନା ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : ରାଜ୍ୟରେ ପୁଣି ସୁସ୍ଥ ହେଲେ 36 ଜଣ କୋରୋନା ସଂକ୍ରମିତ। ଗଞ୍ଜାମରୁ 23, ଯାଜପୁରରୁ 5, ମୟୁରଭଞ୍ଜରୁ 3, ପୁରୀରୁ 2, ଭଦ୍ରକରୁ 2 ଓ ରାଉରକେଲାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି କ୍ରମରେ ରାଜ୍ୟରେ 343 ଜଣ ସୁସ୍ଥ ହେଲେଣି। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ସେପଟେ ରାଜ୍ୟରେ ଏଯାବତ୍ 1052 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 343 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିପରି 6 ଜଣ ମୃତ୍ୟୁବରଣ କରିଥିବା ବେଳେ 703ଟି ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top