ନ୍ୟୁଜ୍

ଆସନ୍ତା ୬ରୁ ଖୋଲିବ କିଛି ଦର୍ଶନୀୟ ସ୍ଥାନ

khandagiri

ଭୁବନେଶ୍ୱର:  ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ । ଏନେଇ ଏଏସ୍‌ଆଇ ନିଷ୍ପତ୍ତି ନେଇଛନ୍ତି । କରୋନାର କାୟା ସାରା ବିଶ୍ୱ ସହ ରାଜ୍ୟକୁ ଗ୍ରାସ କରିଛି । ଏଭଳି ସ୍ଥିତିରେ ଅନେକ ଦିନ ଧରି ଲକଡାଉନ ଜାରି ରହିଥିଲା । ଅନେକ ଦିନ ଧରି କରୋନା ପାଇଁ ଓଡ଼ିଶାରେ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଉକ୍ତ ସ୍ଥାନଗୁଡିକ ମଧ୍ୟରେ ରହିଛି ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜାରାଣୀ ମନ୍ଦିର, ବାରବାଟି ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଆଦି। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନାହିଁ। ପୁରୀ ଜିଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ମନ୍ଦିର ଖୋଲିବ ନାହିଁ ବୋଲି ଏଏସ୍‌ଆଇ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top