ନ୍ୟୁଜ୍

କଟକ ମହାନଗର ନିଗମ ଅଞ୍ଚଳରେ ୧୬ କରୋନା ପଜିଟିଭି ଚିହ୍ନଟ

corona

କଟକ:  କଟକ ମହାନଗର ନିଗମ ଅଞ୍ଚଳରେ ନୂଆ ୧୬ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । କଟକରେ ମୋଟ ୨୨୯ ପହଞ୍ଚିଲା ଅଂକ୍ରାନ୍ତଙ୍କ ସଂଖ୍ୟା। ତେବେ ୧୪ଜଣ କ୍ୱାରେଣ୍ଟିଆଇନ ସେଣ୍ଟର ହୋଇଥିବା ବେଳେ ୨ଜଣ ଲୋକାଲ କେଶ  ।ସିଡିଏ ସେକ୍ଟର ୧୧ ଅଞ୍ଚଳର ୪୮ବର୍ଷୀୟ ଓଡିଶା ପୋଲିସର କରୋନା ଯୋଧ୍ୟାଙ୍କୁ ମଧ୍ୟ କରୋନା ହୋଇଛି । ଅନ୍ୟ ଜଣେ ମଙ୍ଗଳବାର ଅଞ୍ଚଳର ୩୦ ବର୍ଷୀୟ ମହିଳା ସେ ମଧ୍ୟ କରୋନା ଯୋଧ୍ୟା । ଏନେଇ ସିଏମସି ଟୁଇଟ ଜରିଆରେ ସୂଚନା ଦେଇଛି।

ସୂଚନାନୁସାରେ, ଆଜି ରାଜ୍ୟରେ ୭୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୮ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିସାଇ ରାଜ୍ୟରେ ୧୧୯୫୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top