ଦେଶ

୨୪ ଘଣ୍ଟାରେ ୨୬,୫୦୬ କୋରୋନାରେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  କୋରୋନାର କାୟା ଥମିବାର ନାଁ ଧରୁନି । ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହେବାରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨କୁ ବୃଦ୍ଧି ପାଇଛି ।

ସେହିପରି ୨୪ ଘଣ୍ଟାରେ କରୋନା ଆଉ ୪୭୫ ଜଣଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୬୦୪ରେ ପହଞ୍ଚି ଯାଇଛି । ଏଯାଏ ୪,୯୫,୫୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୨,୭୬,୬୮୫ ରହିଛି । ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଉଦବେଗ ଜନକ ରହିଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ତଥାପି ଆକ୍ରାଙ୍କ ସଂଖ୍ୟା ଥମିବାର ନାଁ ଧରୁନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top