ଦେଶ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 97,570 କରୋନା ସଂକ୍ରମିତ ଚିହ୍ନଟ

ଅର୍ଗସ ବ୍ୟୁରୋ : ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଶନିବାର 97,570 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 46 ଲକ୍ଷ 59,985କୁ ବୃଦ୍ଧି ପାଇଛି। ତେବେ ଦେଶବାସୀଙ୍କ ପାଇଁ ଆଶ୍ଵସ୍ତୀକର ବିଷୟ ଏହିକି ଯେ, ଦେଶରେ କରୋନା ଜନିତ ସୁସ୍ଥ ହାର ସବୁଠୁ ଅଧିକ ରହିଛି। ଏହି ମହାମାରୀରୁ ଏଯାଏଁ 36 ଲକ୍ଷ 24 ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି।

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 1,201 ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇି। ଏହି କ୍ରମରେ ଦେଶରେ ମୃତକଙ୍କ ସଂଖ୍ୟା 77,472କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ଘଟି 46,59,985ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 9,58,316 ଜଣ ଚିକିତ୍ସାଧୀନ ଅଛନ୍ତି। 36,24,197 ଜଣ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଲେଣି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁଯାୟୀ, କରୋନା ରୋଗୀଙ୍କ ସୁସ୍ଥ ହାର ବୃଦ୍ଧିପାଇ 77.77ରେ ପହଞ୍ଚିଛି। ସେହିପରି ମୃତ୍ୟୁ ହାର 1.66 ପ୍ରତିଶତକୁ ହ୍ରାସ ପାଇଛି। 20.56 ପ୍ରତିଶତ ରୋଗୀଙ୍କ ଚିକିତ୍ସା ଚାଲିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top