ନ୍ୟୁଜ୍

ରାଜ୍ୟରେ ସର୍ବାଧିକ 156 ଜଣ କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ସର୍ବାଧିକ 156 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2104କୁ ବୃଦ୍ଧି ଘଟିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 153 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 3 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡାରୁ 50, କଟକରୁ 20, ଗଞ୍ଜାମ 17, ଜଗତସିଂହପୁର 14, ଯାଜପୁର 11, କନ୍ଧମାଳ 9, ସୋନପୁର, ନୂଆପଡା, ମୟୁରଭଞ୍ଜ, ବରଗଡ, ସୁନ୍ଦରଗଡ, ନୟାଗଡ ଓ ଖୋର୍ଦ୍ଧାରୁ 3 ଲେଖାଏଁ, ବଲାଙ୍ଗିର, ସମ୍ବଲପୁରରୁ 2, ମାଲକାନଗିରି, କେନ୍ଦୁଝର, ବୌଦ୍ଧରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ସମୁଦାୟ 2104 ଜଣ ସଂକ୍ରମିତ ହୋଇଥିବା ବେଳେ 969ଟି ଆକ୍ଟିଭ୍ କେସ୍ ରହିଛି। 1126 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ଏହି ମହାମାରୀରେ 7 ଜଣ ପ୍ରାଣ ହରାଇଲେଣି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top