ନ୍ୟୁଜ୍

ରାଜ୍ୟରେ ପୁଣି ଚିହ୍ନଟ ହେଲେ 141 କରୋନା ପଜିଟିଭ୍

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି ଚିହ୍ନଟ ହେଲେ 141 କରୋନା ପଜିଟିଭ୍। ଏହି 141 ଜଣ ପଜିଟିଭଙ୍କ ମଧ୍ୟରୁ 110 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମିତ। ଏହି କ୍ରମରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2245କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 27, ଯାଜପୁରରୁ 10, ଖୋର୍ଦ୍ଧାରୁ 26, ବାଲେଶ୍ଵରରୁ 2, କେନ୍ଦ୍ରାପଡ଼ାରୁ 13, କଟକରୁ 6, ପୁରୀରୁ 5, ବଲାଙ୍ଗିରରୁ 7, ଜଗତସିଂହପୁରରୁ 4, ନୟାଗଡ଼ରୁ 1, ସୁନ୍ଦରଗଡ଼ରୁ 8, ନୂଆପଡ଼ାରୁ 19, ଗଜପତିରୁ 4, କେଉଁଝରରୁ 4, ମୟୁରଭଞ୍ଜରୁ 1, ଅନୁଗୁଳରୁ 1, ଢେଙ୍କାନାଳରୁ 2, ସମ୍ବଲପୁରରୁ 1 ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଏଯାବତ୍ 2245 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 991ଟି ଆକ୍ଟିଭ୍ କେସ୍ ଥିବା ବେଳେ 1245 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିପରି 7 ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top