ନ୍ୟୁଜ୍

ଭୁବନେଶ୍ୱରରେ ଆଉ 13 କୋରୋନା ଆକ୍ରାନ୍ତ ଚିହ୍ନଟ  

ଭୁବନେଶ୍ୱର:  ଭୁବନେଶ୍ୱରରେ ଆଉ 13 କୋରୋନା ଆକ୍ରାନ୍ତ  ଚିହ୍ନଟ  ହୋଇଛନ୍ତି । 13ରୁ 8 ହୋମ କ୍ୱାରେଣ୍ଟାଇନ୍‌ ଥିବାବେଳେ  5 ଲୋକାଲ କେସ୍‌ ଜଣାପଡିଛି ।

ଆଜି  ରାଜ୍ୟରେ  229 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 193 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 36 ଜଣ ସ୍ଥାନୀୟ ସଂକ୍ରମଣ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ 1, ବାଲେଶ୍ଵରରୁ 24, ବରଗଡ଼ରୁ 1, ବଲାଙ୍ଗିରରୁ 7, ବୌଦ୍ଧରୁ 3, କଟକରୁ 12, ଦେବଗଡ଼ରୁ 1, ଗଜପତିରୁ 1, ଗଞ୍ଜାମରୁ 95, ଜଗତସିଂହପୁରରୁ 1, ଯାଜପୁରରୁ 22, ଝାରସୁଗୁଡ଼ାରୁ 10, କେଉଁଝରରୁ 1, ଖୋର୍ଦ୍ଧାରୁ 21, କୋରାପୁଟରୁ 1, ମୟୁରଭଞ୍ଜରୁ 2, ନୟାଗଡ଼ରୁ 5, ପୁରୀରୁ 4, ସୁନ୍ଦରଗଡ଼ରୁ 17 ଜଣ ଅଛନ୍ତି।

ତେବେ ରାଜ୍ୟରେ ଏଯାବତ୍ 274672 ସାମ୍ପୁଲ ପରୀକ୍ଷଣ ହୋଇଛି। ରାଜ୍ୟରେ ଏଯାବତ୍ 7545 ଆକ୍ଟିଭ୍ କେସ୍ ଥିବା ବେଳେ 5353 ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ରାଜ୍ୟରେ ଏଯାଏଁ 2157 ଆକ୍ଟିଭ୍ କେସ୍ ରହିଛି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top