ନ୍ୟୁଜ୍

ଆଜି ପୁଣି 527 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ପୁଣି 527 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 338 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 189 ଜଣ ସ୍ଥାନୀୟ ସଂକ୍ରମିତ।  ଏହାକୁ ମିସାଇ ରାଜ୍ୟରେ  10 ହଜାର 624କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ 215  ଚିହ୍ନଟ ହୋଇଛନ୍ତି ।ଏହିକ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10624ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରୁ 6703 ଜଣ ସୁସ୍ଥ ହୋଇଥିବା ବେଳେ 3860 ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top