ନ୍ୟୁଜ୍

କୋରୋନା ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ନେଲା ଚୀନ୍‌ର ‘ଲକି ବେବି’

CHIna Lucky Baby

ଅର୍ଗସ ବ୍ୟୁରୋ: ସାରା ବିଶ୍ୱରେ କୋରୋନାକୁ ନେଇ ଆତଙ୍କ ଦେଖାଯାଇଥିବା ବେଳେ ଜଣେ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଲେ କୋରୋନା ଭାଇରସ୍‌ ଆକ୍ରାନ୍ତ ମହିଳା । ଏହି ଖବର ସାମ୍ନାକୁ ଆସିଛି ଚୀନ୍‌ରୁ । ଚୀନ୍‌ର ହୁବେଇ ସହରରୁ ଜନ୍ମ ନେଇଥିବା କୋରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଚୀନ୍‌କୁ ଯିବା ପାଇଁ ଅନେକ ଦେଶ ନିଜ ନାଗରିକଙ୍କୁ ମନା କରିଦେଇଛି । କୋରୋନା ଭୟାବହତା ଏତେ ଯେ, ଚୀନ୍‌ର ବାୟୁ ମଣ୍ଡଳ ଯଦି କାହାକୁ ସ୍ପର୍ଶ କରୁଛି ତେବେ ସେ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛି । ତେବେ ଏଭଳି ପରିସ୍ଥିତିରେ ଜଣେ କୋରୋନା ଆକ୍ରାନ୍ତ ମହିଳା ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେବା ସବୁଠୁ ବଡ଼ କଥା ।

ଚୀନ୍‌ରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୧୦୧୮କୁ ବୃଦ୍ଧି ହୋଇଛି । ବିଶ୍ୱରେ ୪୩,୦୯୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ନବଜାତ ଶିଶୁଟିର ଓଜନ ୩.୫ କେଜି ରହିଛି । ଜନ୍ମ ନେବା ପରେ ଶିଶୁଟିର କରୋନା ଭାଇରସ ପରୀକ୍ଷା କରାଯାଇଥିଲା । କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡାକ୍ତରଙ୍କ ନିରୀକ୍ଷଣରେ ଶିଶୁଟିକୁ ରଖାଯାଇଛି ।

ସୁସ୍ଥ ଶିଶୁ ଜନ୍ମ ହେବା ପରେ ଟୁଇଟ ଯୋଗେ ମହିଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଟ୍ୱିଟ୍‌ରେ ଶିଶୁର ମା’ଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଚୀନ୍‌ର ସରକାରୀ ମିଡିଆ ଆଉଟ୍‌ଲେଟ ସିନ୍‌ହୁଆ ସୁସ୍ଥ ଶିଶୁକୁ ନେଇ ଏକ ଭିଡିଓ କ୍ଳିପ୍ ଟୁଇଟ୍ କରିଛନ୍ତି । ଏହାର ଶୀର୍ଷକ ଦିଆଯାଇଛି ‘ଲକି ବେବି’ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top