ନ୍ୟୁଜ୍

 ବନ୍ଦ ହେଲା ଏମକେସିଜି ମେଡିକାଲରେ ଆଉଟଡୋର

ବ୍ରହ୍ମପୁର: ବନ୍ଦ ହେଲା ଏମକେସିଜି ମେଡିକାଲରେ ଆଉଟଡୋର । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଉଟଡୋର ଚିକିତ୍ସା ସେବାକୁ ଆଜି ଠାରୁ ବନ୍ଦ କରିଛି ପ୍ରଶାସନ ।

କେବଳ ଜରୁରୀକାଳୀନ ଚିକିତ୍ସା ସହ ରେଫର ହୋଇ ଆସୁଥିବା ରୋଗୀଙ୍କ ହିଁ ଚିକିତ୍ସା କରିବାକୁ ଜିଲ୍ଲା   ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲର ମୁଖ୍ୟ ଫାଟକକୁ ଛାଡି ଅନ୍ୟ ସମସ୍ତ ରାସ୍ତା ବନ୍ଦ କରାଯାଇଛି । ସେହିପରି ମୁଖ୍ୟ ଫାଟକରେ ପୋଲିସ ମୁତୟନ କରିବାକୁ ବ୍ରହ୍ମପୁର ଏସପିଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 ଏମକେସିଜି ମେଡିକାଲରେ ଗତ କିଛି ଦିନ ହେଲା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି ।  ମେଡିକାଲରୁ ପ୍ରତ୍ୟେକ ଦିନ ଏକାଧିକ ଡାକ୍ତର, ନର୍ସ କରୋନାରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମେଡିକାଲର ୧୦୦ ରୁ ଉର୍ଦ୍ଧ୍ବ ଡାକ୍ତର, ନର୍ସ, କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି । ତେବେ  ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top