ଦେଶ

  5 ମାସରେ 50 ଲକ୍ଷ ଅତିକ୍ରମ କରିଲା  କୋରୋନା

 ନୂଆଦିଲ୍ଲୀ:  ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଧୀରେ ଧୀରେ ଏହାର ସଂଖ୍ୟା ବୃଦ୍ଧି ହୋଇ 50 ଲକ୍ଷରୁ ଅଧିକ ହୋଇଛି। ସୂଚନା ଅନୁଯାୟୀ କୋରୋନା ପଜିଟିଭ୍ ସଂଖ୍ୟା 5,082,661 ରୁ ଅଧିକ ହୋଇଛି, ସେହିପରି ଏପର୍ଯ୍ୟନ୍ତ 3,29,294 ରୁ ଅଧିକ ଲୋକଙ୍କ ର ଏହି ମହାମାରୀ ଯୋଗୁଁ ମୃତ୍ୟୁ ଘଟିଛି। କେବଳ କୋରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ନୁହେଁ, ଏହା ଲୋକଙ୍କୁ ବେକାରୀ ଏବଂ ଦାରିଦ୍ର୍ୟର ମଧ୍ୟରେ ପକାଉଛି। ଅନେକ ଦେଶରେ ଲକଡାଉନ୍‌ ଯୋଗୁଁ ଶ୍ରମିକମାନେ ନିଜର କାମ ହରାଇଛନ୍ତି।

ଏହି ସଂକ୍ରମଣ ସଂଖ୍ୟା 40 ଲକ୍ଷରୁ 50 ଲକ୍ଷକୁ ଛୁଇଁବା ପାଇଁ ମାତ୍ର 12 ଦିନ ସମୟ ଲାଗିଛି। ଏହାସହ 30 ଲକ୍ଷରୁ 40 ଲକ୍ଷରେ ପହଞ୍ଚିବାକୁ ମାତ୍ର 11 ଦିନ ସମୟ ଲାଗିଥିଲା | ଅନେକ ଦେଶ, ବିଶେଷକରି ଇଟାଲୀ ଏବଂ ସ୍ପେନ୍ ପରି ଦେଶ ଯାହା ଏପ୍ରିଲ୍ ପ୍ରାରମ୍ଭରେ ଅଧିକ ପ୍ରଭାବିତ ହୋଇଥିଲା, ସେମାନେ କରୋନା ଶିଖର ଅତିକ୍ରମ କରିଛନ୍ତି |ଦୁନିଆରେ କୋରୋନା ଭାଇରସ୍ ମାମଲା ଏବେ ନ୍ୟୁଜିଲ୍ୟାଣ୍ଡ ଦେଶର ଜନସଂଖ୍ୟା ଠାରୁ ଅଧିକ ହୋଇଛି।  WHO ପକ୍ଷରୁ କୁହାଯାଇଛି ଯେ ଗତ 24 ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣର 106,000 ନୂତନ ରିପୋର୍ଟ ହୋଇଛି। କରୋନା ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରାଯାଇଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ମୃତ୍ୟୁ ହାର 7 ପ୍ରତିଶତ ଅଟେ। ଏହି ସମୟରେ ରୋଗୀଙ୍କ ପୁନରୁଦ୍ଧାର ହାର 38 ପ୍ରତିଶତ ରହିଛି।

ବ୍ରାଜିଲ, ଋଷିଆ ଏବଂ ଭାରତ ଏବେ କରୋନା ସଂକ୍ରମଣ ର ଏବେ  ନୂତନ ହଟସ୍ପଟ୍ ଭାବରେ ଉଭା ହେଉଛନ୍ତି। ଆମେରିକାରେ କରୋନା ମାମଲାରେ  ହ୍ରାସ ଘଟିଛି। ଆମେରିକାରେ କରୋନା  ଯୋଗୁଁ 92 ହଜାର ମୃତ୍ୟୁ ଘଟିଛି, ଯାହା କି ବିଶ୍ୱର ସବୁଠୁ ଅଧିକ ମୃତ୍ୟୁବରଣ କରିଥିବା ଦେଶ। ଡିସେମ୍ବର 31 ରେ ଚାଇନାର ୱୁହାନ ସହରରେ କରୋନାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।

ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇଛନ୍ତି। ଧୀରେ ଧୀରେ ଏହାର ସଂଖ୍ୟା ବୃଦ୍ଧି ହୋଇ 50 ଲକ୍ଷରୁ ଅଧିକ ହୋଇଛି। ସୂଚନା ଅନୁଯାୟୀ କରୋନା ପଜିଟିଭ୍ ସଂଖ୍ୟା 5,082,661 ରୁ ଅଧିକ ହୋଇଛି, ସେହିପରି ଏପର୍ଯ୍ୟନ୍ତ 3,29,294 ରୁ ଅଧିକ ଲୋକଙ୍କ ର ଏହି ମହାମାରୀ ଯୋଗୁଁ ମୃତ୍ୟୁ ଘଟିଛି। କେବଳ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ନୁହେଁ, ଏହା ଲୋକଙ୍କୁ ବେକାରୀ ଏବଂ ଦାରିଦ୍ର୍ୟର ମଧ୍ୟରେ ପକାଉଛି। ଅନେକ ଦେଶରେ ଲକଡାଉନ୍‌ ଯୋଗୁଁ ଶ୍ରମିକ ମାନେ ନିଜର କାମ ହରାଇଛନ୍ତି।   ଏହି ସଂକ୍ରମଣ ସଂଖ୍ୟା 40 ଲକ୍ଷରୁ 50 ଲକ୍ଷକୁ ଛୁଇଁବା ପାଇଁ ମାତ୍ର 12 ଦିନ ସମୟ ଲାଗିଛି। ଏହାସହ 30 ଲକ୍ଷରୁ 40 ଲକ୍ଷରେ ପହଞ୍ଚିବାକୁ ମାତ୍ର 11 ଦିନ ସମୟ ଲାଗିଥିଲା |

 ଅନେକ ଦେଶ, ବିଶେଷକରି ଇଟାଲୀ ଏବଂ ସ୍ପେନ୍ ପରି ଦେଶ ଯାହା ଏପ୍ରିଲ୍ ପ୍ରାରମ୍ଭରେ ଅଧିକ ପ୍ରଭାବିତ ହୋଇଥିଲା, ସେମାନେ କରୋନା ଶିଖର ଅତିକ୍ରମ କରିଛନ୍ତି | ଦୁନିଆରେ କରୋନା ଭାଇରସ୍ ମାମଲା ଏବେ ନ୍ୟୁଜିଲ୍ୟାଣ୍ଡ ଦେଶର ଜନସଂଖ୍ୟା ଠାରୁ ଅଧିକ ହୋଇଛି। WHO ପକ୍ଷରୁ କୁହାଯାଇଛି ଯେ ଗତ 24 ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣର 106,000 ନୂତନ ରିପୋର୍ଟ ହୋଇଛି। କରୋନା ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରାଯାଇଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ମୃତ୍ୟୁ ହାର 7 ପ୍ରତିଶତ ଅଟେ। ଏହି ସମୟରେ ରୋଗୀଙ୍କ ପୁନରୁଦ୍ଧାର ହାର 38 ପ୍ରତିଶତ ରହିଛି।

ବ୍ରାଜିଲ, ଋଷିଆ ଏବଂ ଭାରତ ଏବେ କରୋନା ସଂକ୍ରମଣ ର ଏବେ  ନୂତନ ହଟସ୍ପଟ୍ ଭାବରେ ଉଭା ହେଉଛନ୍ତି। ଆମେରିକାରେ କରୋନା ମାମଲାରେ  ହ୍ରାସ ଘଟିଛି। ଆମେରିକାରେ କରୋନା  ଯୋଗୁଁ 92 ହଜାର ମୃତ୍ୟୁ ଘଟିଛି, ଯାହା କି ବିଶ୍ୱର ସବୁଠୁ ଅଧିକ ମୃତ୍ୟୁବରଣ କରିଥିବା ଦେଶ। ଡିସେମ୍ବର 31 ରେ ଚାଇନାର ୱୁହାନ ସହରରେ କରୋନାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top