ଟେକ୍ନୋଲୋଜି

ନାକରେ ଦିଆଯିବ କୋରୋନା ଟୀକା: ଭ୍ୟାକସିନ୍‌ ପ୍ରସ୍ତୁତକାରୀ କମ୍ପାନୀର ଦାବି

ନାକରେ ଦିଆଯିବ କୋରୋନା ଟୀକା । ଏହି ଗୋଟେ ବୁନ୍ଦା ଟୀକା କୋଭିଡ 19କୁ ରୋକିବାରେ ସକ୍ଷମ ହେବ । ଏହି ଗୋଟିଏ ବୁନ୍ଦା ଟୀକା ଦ୍ବାରା ଦେଶବାସୀଙ୍କୁ ଏହି ମହାମାରୀରୁ ରକ୍ଷା କରାଯାଇପାରିବ । ଏଭଳି ଦୃଢୋକ୍ତି ବାଢିଛନ୍ତି ଭାରତରେ ଭ୍ୟାକ୍ସିନ ନିର୍ମାଣ କରୁଥିବା କମ୍ପାନୀ । ଜୀବନ ପାଇଁ ଗୋଟେ ଡ୍ରପ । କୋରୋନା ରୋକିବ ଟୀକାର ଗୋଟିଏ ମାତ୍ର ଡ୍ରପ । କରୋନା ଭାଇରସର ମୁକାବିଲା ପାଇଁ ଭାରତରେ ପ୍ରସ୍ତୁତ କରାଯାଉଥିବା ଭ୍ୟାକ୍ସିନ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯିବନି କି ପାଟିରେ ଦିଆଯିବନି ।

କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ଟୀକାର ଗୋଟିଏ ବୁନ୍ଦା ପୀଡିତାଙ୍କ ନାକରେ ପକାଯିବ। ଏହି ଗୋଟିଏ ବୁନ୍ଦା ଟୀକା ଦ୍ବାରା ଦେଶବାସୀଙ୍କୁ ଏହି ମହାମାରୀରୁ ରକ୍ଷା କରାଯାଇପାରିବ । ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ କୋରୋଫ୍ଲୁ ନାଁରେ ଏକ ଟୀକା ପ୍ରସ୍ତୁତ କରୁଛି ।

ଏହି ଟୀକାର ସମ୍ପୂର୍ଣ୍ଣ ନାଁ କରୋଫ୍ଲୁ ୱାନ ଡ୍ରପ କୋଭିଡ ୧୯ ନାସାଲ ଭ୍ୟାକ୍ସିନ । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି । ଏହି ଟୀକା ଭାରତରେ ଉତ୍ପାଦନ ହେବ । ତେବେ ଏହି ଟୀକାର କ୍ଲିନିକାଲ ଟ୍ରାଏଲ ହେବା ବାକି ଅଛି । ଏହା ପରେ ୩୦୦ ମିଲିୟନ ଡୋଜ ପ୍ରସ୍ତୁତ କରାଯିବ । କମ୍ପାନୀ ୨୦୨୦ ଶେଷ ସୁଦ୍ଧା ମଣିଷଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବ । ସେପର୍ଯ୍ୟନ୍ତ ଏହାର ପରୀକ୍ଷଣ ୟୁନିଭରସିଟି ଅଫ ୱିସ୍କନ୍ସିନ-ମେଡିସନ ଲାବୋରେଟୋରୀରେ ଜାରି ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top