ଖେଳ

କୋରୋନା ଯୋଗୁଁ ବାତିଲ ହୋଇପାରେ ଆଇପିଏଲ ମ୍ୟାଚ୍‌: ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ

ନୂଆଦିଲ୍ଲୀ: କୋରୋନା ଯୋଗୁଁ  ବାତିଲ ହୋଇପାରେ ଆଇପିଏଲ ମ୍ୟାଚ୍‌ । ଏନେଇ ମହାରାଷ୍ଟ୍ରର  ସ୍ୱାସ୍ଥ୍ୟ  ମନ୍ତ୍ରୀ ରାଜେଶ ଟୋପ୍ପେ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ ସିଡ୍ୟୁଲରେ ପରିବର୍ତ୍ତନ ହୋଇପାରେ । କୋରୋନା ଭୂତାଣୁକୁ ମଧ୍ୟନଜରରେ ରଖି ଭିଡରେ ଏକାଠି ହେବାରୁ ରକ୍ଷା ପାଇବା ପାଇଁ ସରକାର ଆଇପିଏଲ ଭଳି ଏକ ବଡ ଇଭେଣ୍ଟକୁ  ବାତିଲ କରିବା ପାଇଁ ବିଚାର ବିମର୍ଶ କରୁଛନ୍ତି ।

ରାଜେଶ ଟୋପେ କହିଛନ୍ତି ଭିଡ ଭଳି ସ୍ଥାନ ମାନଙ୍କରେ  ଭାଇରସ୍‌ ବ୍ୟପିବାର ଅଧିକ ସୁଯୋଗ ରହୁଥିବାରୁ  ସେଥିପାଇଁ ଆଇପିଏଲକୁ ବାତିଲ କରିବା  ନେଇ  ଚର୍ଚ୍ଚା ଚାଲିଛି।  ତେବେ ବର୍ତ୍ତମାନ ଭାରତରେ କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା  42ରେ ପହଞ୍ଚିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top