ଦେଶ

ଡରାଉଛି କୋରୋନା,୧୪୯ରେ ପହଞ୍ଚିଲା କୋରାନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭରତରେ କୋରୋନା ଆତଙ୍କ। ଦେଶରେକୋରାନା ସଂକ୍ରମିତଙ୍କ ସଂଖ୍ୟା 149ରେ ପହଞ୍ଚିଲା । ତେଲେଙ୍ଗାନାରେ କୋରୋନା ଭାଇରସ୍‌ର ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ବ୍ୟକ୍ତି ଜଣଙ୍କ ୟୁନାଇଟେଡ କିଙ୍ଗଡମ୍‌ ର ଯାତ୍ରା କରି ଏବେ ଏବେ  ଭାରତ ଫେରିଥିଲେ । ସଂକ୍ରିମିତ ବ୍ୟକ୍ତିଙ୍କ ଚିିକିତ୍ସା ଗାନ୍ଧୀ ମେଡିକାଲ କଲେଜରେ ଚାଲିଛି ।  ଏହାକୁ ମିସାଇ  ଦେଶରେ 149ରେ ପହଞ୍ଚିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା  । ତେଲେଙ୍ଗନାରୁ ଏପର୍ଯ୍ୟନ୍ତ କୋରୋନାର 6 ମାମଲା ସାମ୍ନାକୁ ଆସିଛି । ସେଥିରୁ ଜଣେ ଭଲ ହୋଇ ଘରକୁ ଫେରିଛନ୍ତି ।

ଦ୍ରୁତ ଗତିରେ ବଢୁଥିବା କୋରୋନାକୁ ନଜରରେ ରଖି ମୈଶୁରୁର ଇନଫୋସିସ୍‌ର ପାଖାପାଖି 10 ହଜାର କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଅଞ୍ଚଳକୁ ପଠାଯିବା ପାଇଁ ପ୍ରସ୍ତୁତ କରାଯାଉଛି ।

ଏଥିପାଇଁ କର୍ଣ୍ଣାଟକ ପରିବହନ  ନିଗମ ମୈଶୁରୁ ଇନଫୋସିସ୍‌  ଟ୍ରେନିଂ ସେଣ୍ଟରରେ 5 ସୂଚନା କେନ୍ଦ୍ର ଓ ଆଡଭାନ୍ସ ବୁକିଙ୍ଗ କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ  ଦକ୍ଷୀଣ ଭାରତର ଭିନ୍ନ ଭିନ୍ନ ସ୍ଥାନକୁ ପଠାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top