ଦେଶ

NGT ରେ ପ୍ରବେଶ କଲା କୋରୋନା

ନୂଆଦିଲ୍ଲୀ: NGT ରେ କୋରୋନା ସଂକ୍ରମଣ ଦେଖିବକୁ ମିଳିଛି। ପୂର୍ବରୁ ସୁପ୍ରିମକୋର୍ଟ, ନୀତି ଆୟୋଗ, ରାଷ୍ଟ୍ରପତି ଭବନ, ସଂସଦ ଭବନ ସେକ୍ରେଟାରୀ ଅଫିସ ରେ କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା। ଏବେ NGT ଜଣେ ଅଧିକାରୀ କୋରୋନା ସଂକ୍ରମଣ ହେବ ପରେ ପୁରା ବିଲ୍ଡିଂ ସିଲ କରାଯାଇଛି। ତାଙ୍କ ସହ ଆସିଥିବ ଲୋକଙ୍କୁ ଘରେ ସଂଘରୋଧ ରହିବକୁ କୁହାଯାଇଛି। ପୁରା ଅଫିସ ଏବଂ କୋର୍ଟ ରୁମ ଗୁଡିକ ସାନିଟାଇଜ କରାଯାଇଛି।

NGT ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ରେ କୁହାଯାଇଛି ଯେ  ପ୍ରିନ୍ସିପାଲ୍ ବେଞ୍ଚର ଜେନେରାଲ୍ ଆଡମିନିଷ୍ଟ୍ରେସନ୍ ବିଭାଗରେ ଜଣେ ଅଧିକାରୀ ମେ 19 ରେ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଏବେ ସେ  ଡାକ୍ତରଖାନାରେ ସଂକ୍ରମଣ ହୋଇ ଭର୍ତ୍ତି ହୋଇଛନ୍ତି।

ବର୍ତ୍ତମାନ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ଗୁଡିକ ଅନୁସରଣ କରାଯାଉଛି। ତାଙ୍କ ସହ ଆସିଥିବା ଅଫିସର, ଓକିଲ ସମସ୍ତ ଙ୍କୁ   14 ଦିନ ପାଇଁ କ୍ୱାରେଣ୍ଟାଇନ୍‌ ରେ ରହିବକୁ କୁହାଯାଇଛି। 23 ମଇ 2020 ଠାରୁ କୌଣସି ଅଧିକାରୀ, କର୍ମଚାରୀ, ଓକିଲ , ମକଦ୍ଦମାକାରୀ ଏବଂ ଜନସାଧାରଣଙ୍କୁ NGT ପରିସରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ଆସନ୍ତା 25 ତାରିଖରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ଟ୍ରିବ୍ୟୁନାଲ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏନଜିଟି ଏହାର କାର୍ଯ୍ୟକାରିତା ସଂପର୍କରେ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ଯେ ଚେୟାରମ୍ୟାନ୍, ସଦସ୍ୟ ଏବଂ ଅଧିକାରୀ (ଡେପୁଟି ରେଜିଷ୍ଟ୍ରାର୍ ଏବଂ ଉପର) ଅଫିସରେ 100 ପ୍ରତିଶତ ଉପସ୍ଥିତ ରହିବେ।

ଅବଶିଷ୍ଟ କର୍ମଚାରୀ 33 ପ୍ରତିଶତ ଅଫିସରେ ଯୋଗଦେବେ ବୋଲି କୁହାଯାଇଥିଲା ସମୟ ସମୟରେ ପୃଥକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏନଜିଟି କହିଛି। ସମସ୍ତ ବିଭାଗର ସେକ୍ସନ୍ ହେଡ୍ – ଇନଚାର୍ଜ ଅଫିସରେ ଯୋଗଦେବା ପାଇଁ ଆବଶ୍ୟକ କରୁଥିବା କର୍ମଚାରୀଙ୍କ ରୋଷ୍ଟର ପ୍ରସ୍ତୁତ କରିବେ ଏବଂ କର୍ମଚାରୀମାନେ ଅଫିସରେ ଶାରୀରିକ ଭାବରେ ଉପସ୍ଥାପନା କରିବା ଆବଶ୍ୟକ ନାହିଁ ବୋଲି ଏବେ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top