ନ୍ୟୁଜ୍

ଆଉ ଜଣେ କୋରୋନା ଯୋଦ୍ଧା ପ୍ରସନ୍ନ

କଟକ: କୋରୋନାକୁ ନେଇ ସବୁଠି ଭୟ ଓ ସଚେତନତା। କିନ୍ତୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ପାଇଁ ଘରୁ ପଦାକୁ ଗୋଡ଼ ବାହାର କରିଥାନ୍ତି କିଛି ଲୋକ। ଏଭଳି ଯଦି କିଛି ଲୋକଙ୍କ ଉଦାହରଣ ଦେବା, ତେବେ ଭାରତରେ ଅନେକ ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନର କାର୍ଯ୍ୟକର୍ତ୍ତା ସେମାନଙ୍କ ମଧ୍ୟରୁ ଅନ୍ୟତମ। ଅନେକ ଲୋକ ଅନେକ ସ୍ଥାନରେ କାର୍ଯ୍ୟ କରି ଲକଡାଉନରେ ଘରେ ଥିବା ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି। କିନ୍ତୁ, ଏମାନଙ୍କ ମଧ୍ୟରୁ ଅନେକ ବୟସ୍କ ଲୋକ ବି ଅଛନ୍ତି, ଯିଏ ନିଜେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। କାରଣ, ବୟସ୍କ ଲୋକଙ୍କ ପାଇଁ କୋରୋନା ଅଧିକ ବିପଦପୂର୍ଣ୍ଣ।

ଏଭଳି ଜଣେ ବୟସ୍କ ବ୍ୟକ୍ତିଙ୍କ କଥା ଓ କାର୍ଯ୍ୟ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। କଟକ, କ୍ୟାଣ୍ଟେନମେଣ୍ଟ ରୋଡ ସ୍ଥିତ ରିଲାନ୍ସ ଫ୍ରେ ରେ କାର୍ଯ୍ୟ କରନ୍ତି, ପ୍ରସନ୍ନ କୁମାର ସାହୁ। ବୟସ 49 । କିନ୍ତୁ କର୍ତ୍ତବ୍ୟ ଓ ସେବା ମନିବୃତ୍ତି ତାଙ୍କୁ ପ୍ରତିଦିନ ଘରୁ ଗୋଡ଼ ବାହାର କରିବାକୁ ବାଧ୍ୟ କରିଥାଏ। ତାଙ୍କ କାର୍ଯ୍ୟଳୟରେ ସେ ସବୁଠୁ ବୟସ୍କ କିନ୍ତୁ ତାଙ୍କ କାର୍ଯ୍ୟ ଅନେକ ବଡ ବଡ଼ ପଦାଧିକାରୀ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିଥାଏ। କୋରୋନାର ଏହି ମହା ବିପତ୍ତି ସମୟରେ ସମସ୍ତେ କୌଣସି ନା କୌଣସି ବାହାନା ବାହାର କରି ଘରେ ରହିବାକୁ ଚେଷ୍ଟା କରିଥାନ୍ତି, କିନ୍ତୁ, ପ୍ରସନ୍ନ ପ୍ରତିଦିନ କାର୍ଯ୍ୟଳୟରେ କାର୍ଯ୍ୟ କରିବା ସମସ୍ତଙ୍କୁ ଆଚମ୍ବିତ କରିଛି। ସେ ବି ନିଜ ଘରେ ରହିବାକୁ, ପସନ୍ଦ କରିଥାନ୍ତେ, କାରଣ ଦୋକାନରେ ଅନେକ ଗ୍ରାହକ ଆସି କାର୍ଯ୍ୟ କରିଥାନ୍ତି ଓ ସଂକ୍ରମଣ ଭୟ ବି ରହିଥାଏ। କିନ୍ତୁ, ସମୟ ଓ ପରିସ୍ଥିତି ପ୍ରସନ୍ନଙ୍କୁ ଦୋକାନ ଆସିବା ପାଇଁ ବାଧ୍ୟ କରିଥାଏ। ତେବେ ଦୁନିଆରେ କର୍ତ୍ତବ୍ୟ ଓ ସେବା ମନୋବୃତ୍ତିର ବ୍ୟକ୍ତିତ୍ଵ ପ୍ରସନ୍ନଙ୍କ ଭଳି ଅନେକ କୋରୋନା ଯୋଦ୍ଧା ଅଛନ୍ତି, ଯିଏ ପ୍ରତିଦିନ ଅନ୍ୟ ମାନଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ ସଲାମ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top