ଅପରାଧ

କୋରୋନାରୁ ମୁକ୍ତି ପାଇଁ ନିଜ ଲୋକଙ୍କ ଜୀବନ ନେବ ଚୀନ୍‌ !

ଅର୍ଗସ ବ୍ୟୁରୋ: ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କେରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା 908କୁ ବୃଦ୍ଧି ପାଇଲାଣି । ସେହିପରି ନୂଆ ସଂକ୍ରମିତଙ୍କ ସଂଖ୍ୟା 4 ହଜାରକୁ ବୃଦ୍ଧି ପାଇଛି । ଏହି ମଧ୍ୟରେ ଚୀନ୍‌ ତାର 20 ହଜାର କୋରୋନା ଭାଇରସ୍‌ ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଛି । ଯାହାଦ୍ୱାରା ଏହି ମହାମାରି ଉପରେ ରୋକ୍‌ ଲାଗାଯାଇପାରିବ ।  ଏପଟେ  ଚୀନ୍‌ ପ୍ରଶାସକ ଏହି  ପ୍ରସଙ୍ଗକୁ ସମ୍ମୁର୍ଣ୍ଣ ଖଣ୍ଡନ କରିବାସହ ଏହା ମିଛ ଅପପ୍ରଚାର ବୋଲି କହିଛନ୍ତି । ପ୍ରଶାସନ ଆହୁରି ମଧ୍ୟ ଅବଗତ କରାଇଛନ୍ତି ଯେ, ଚୀନ୍‌ ସରକାର ଏହି ମହାମାରୀ ସହ ଦୃଢତାର ସହ ଲଢୁଛନ୍ତି ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭାରତ ତରଫରୁ ସହାୟତା କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ଏଥିସହିତ ପିଏମ ମୋଦି ଏହି ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପ୍ରତି  ଦୁଃଖ ବ୍ୟକ୍ତ କରିଛନ୍ତି । ହୁବାଇ ପ୍ରାନ୍ତରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷାର ସହ ବାହାର କରିବା ପାଇଁ ଚୀନ୍‌ ସରକାରଙ୍କ  ସହଯୋଗକୁ ପ୍ରଶଂସା କରିଥିଲେ ।

ଏପଟେ ମଧ୍ୟ ଆମେରିକା କୋରାନା ଭାଇରସ୍‌ରେ କବଳିତ ହୋଇଥିବା  ଚୀନ ଓ  ଅନ୍ୟ ଦେଶମାନଙ୍କୁ ଏହି ସଂଙ୍କଟରେ ମୁକାବିଲା କରିବା ପାଇଁ 10 କୋଟି ଡଲାର ଖର୍ଚ୍ଚ କରିବା ନେଇ ଘୋଷଣା କରିଛନ୍ତି । ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିୟୋ ଏହି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top