ନ୍ୟୁଜ୍

ଓଡ଼ିଶାରେ କୋରୋନା ଭୟ !

Corona

ଭୁବନେଶ୍ୱର:  ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଭାଇରସ୍‌ । ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ହେଲେ ବି କୋରୋନା ପଜିଟିଭ୍‌ ହୋଇନଥିବାବେଳେ ଭୟ କିନ୍ତୁ ଘାରି ରହିଛି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩ ଜଣ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏବେ ସେମାନଙ୍କ ମଧ୍ୟରୁ ୯ଜଣ ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି । ରାଜ୍ୟରୁ ଏ ପର୍ଯ୍ୟନ୍ତ ୭ ଜଣ ସନ୍ଦିଗ୍ଧଙ୍କ ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ଥିବା ଜଣାପଡ଼ିଥିଲା। କୋରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ବିମାନବନ୍ଦର, ପାରାଦୀପ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତଥାପି ସତକର୍ତାମୂଳକ ପଦକ୍ଷେପସ୍ୱରୂପ ସ୍ୱାସ୍ଥ୍ୟ ବିଭାଗ ନିଆଯାଉଛି । ଏହାସହ ଛାତ୍ରଛାତ୍ରୀମାନେ କ‌ିଭଳି କରୋନା ଭୂତାଣରୁ ମୁକାବିଲା କରିବେ, ସେଥିପାଇଁ ସ୍ୱତନ୍ତ୍ର ଭାବେ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଚୀନ୍‌ରେ ମହାମାରୀର ରୂପ ନେଇସାରିଛି କୋରୋନା ଭାଇରସ୍ । ମାରାତ୍ମକ ଭାଇରସ୍ ଯୋଗୁଁ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧ ମୃତ୍ୟୁ ସଂଖ୍ୟା ୧୫୦୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ କୋରୋନା ଭାଇରସ୍ ( କୋଭିଡ୍‌-୧୯)ରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୫ ହଜାର ପାର୍ ହୋଇସାରିଛି । ଚୀନ୍‌ରେ ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top