ଦେଶ

ଡରାଉଛି କୋରୋନା: ମୃତ୍ୟୁ ସଂଖ୍ୟା ୧୫୦୦କୁ ବୃଦ୍ଧି

ଅର୍ଗସ ବ୍ୟୁରୋ: ଚୀନ୍‌ରେ ମହାମାରୀର ରୂପ ନେଇସାରିଛି କୋରୋନା ଭାଇରସ୍‌ । ମାରାତ୍ମକ ଭାଇରସ୍‌ ଯୋଗୁଁ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧ ମୃତ୍ୟୁ ସଂଖ୍ୟା 1500ରେ ପହଞ୍ଚିଛି । ଏପର୍ଯ୍ୟନ୍ତ  କୋରୋନା ଭାଇରସ୍‌ ( କୋଭିଡ୍‌-19)ରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି 65 ହଜାର ପାର୍‌ ହୋଇସାରିଛି । ଚୀନ୍‌ରେ ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି ।

ସେହି ଜାପନରେ ମଧ୍ୟ  କୋରୋନା ଭାଇରସ୍‌ ଯୋଗୁ  ଗୁରୁବାର ଦିନ  ପ୍ରଥମ ମୃତ୍ୟୁ ହୋଇଛି ।  ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି 80 ବର୍ଷର ମହିଳାଙ୍କ କୋରୋନା ଭାଇରସ୍‌ ଯୋଗଁ ମୃତ୍ୟୁ ଘଟିଛି । ଏହି ମହିଳା ଜଣଙ୍କ ଟୋକିଓରେ ରହୁଥିଲେ । ତେବେ ଏହି ମୃତ୍ୟୁ ପୂର୍ବରୁ ହଙ୍ଗକଙ୍ଗ ଓ ଫିଲିପାଇନ୍ସରେ ଜଣେ ଜଣେ ମୃତ୍ୟୁ ମୁଖରେ ପଡିସାରିଛନ୍ତି ।

ସେପଟେ ଜାପାନର ୟୋକୋହାମା ତଟ ନିକଟରେ ଅଟକିଥିବା ଡାଇମଣ୍ଡ ପ୍ରିନ୍‌ସେସ କ୍ରୁଜ୍‌ରେ ଥିବା 28 ନୂଆ ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି । ଏହିପରି କ୍ରୁଜ୍‌ରେ ପାଖାପାଖି 218 ମାମଲା ସାମ୍ନାକୁ ଆସିଛି । ଏଥିସହିତ କ୍ରୁଜ୍‌ରେ ମୁତୟନ ଥିବା  କିଛି ଅଧିକାରୀ ମଧ୍ୟ ଏହି ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି ।

ତେବେ ଏଠି କହି ରଖୁଛୁ ଯେ  କ୍ରୁଜ୍‌ରେ ପାଖାପାଖି 3711 ଲୋକ ଏକ ସପ୍ତାହ ଧରି ଫସିଥିଲେ । କ୍ରୁଜ୍‌ରେ ପାଖାପାଖି 138 ଭାରତୀୟ ନାଗରୀକ ଉପସ୍ଥିତ ଅଛନ୍ତି । ଦୁଇ ଭାରତୀୟଙ୍କୁ ମଧ୍ୟ କୋରୋନାର ପଜେଟିଭ୍‌ ରିପୋର୍ଟ ଆସିଛି । ଏହାବ୍ୟତିତ ପାଖାପାଖି  28 ଦେଶରେ କୋରୋନା ଭାଇରସ୍‌  ପଜେଟିଭ୍‌  ମାମଲା ସାମ୍ନାକୁ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top