ଦେଶ

ବେକାବୁ କୋରୋନା: ଗଲାଣି ୩୦୪ ଜୀବନ, ସଂକ୍ରମିତ ୧୪ ହଜାର

ନୂଆଦିଲ୍ଲୀ: ମହାମାରୀର ରୂପ ନେଉଛି ‘କରୋନ’ ଭାଇରସ।  ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ୍‌ରେ ଚୀନ୍‌ର ମୃତ୍ୟୁ ସଂଖ୍ୟା 304କୁ ବୃଦ୍ଧି ପାଇଲାଣି । ଏଥିସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 14 ହଜାର  ପର୍ଯ୍ୟନ୍ତ ପହଞ୍ଚିଛି ।  ଏନେଇ ସୂଚନା ଦେଇଛନ୍ତି ଚୀନ୍‌ ସରକାର ।

୧୮ଟି ଦେଶକୁ ବ୍ୟାପିଲାଣି ଏହି ଭୂତାଣୁ। ଏଭଳି ଭୟାବହତାକୁ ଦେଖି ବିଭିନ୍ନ ଦେଶର ନାଗରିକ ଉହାନ ଛାଡ଼ିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଉହାନରେ ରହୁଥିବା ୩୨୪ ପ୍ରବାସୀ ଭାରତୀୟମାନେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି।

ସେମାନଙ୍କ ମଧ୍ୟରୁ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ୩/୪ ଦିନ ଭିତରେ ରେଜଲଟ ଆସିବା ପରେ ସଂପୃକ୍ତ ଡାକ୍ତରୀ ଛାତ୍ର କରୋନା ଦ୍ୱାରା ସଂକ୍ରମିତ କି ନୁହଁନ୍ତି, ସ୍ପଷ୍ଟ ହୋଇଯିବ। ୪ ଜଣଙ୍କୁ ସେମାନଙ୍କ ଘରେ ରଖି ଅନୁଧ୍ୟାନ କରାଯାଉଛି। ସମସ୍ତଙ୍କର ନମୁନା ସଂଗ୍ରହ କରି ପୁଣେ ପଠାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top