ଦେଶ

ବେକାବୁ କୋରୋନା: ଚୀନ୍‌ରେ ଗଲାଣି ୧୫୨୩ ଜୀବନ, ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାରକୁ ବୃଦ୍ଧି

corona

ଅର୍ଗସ ବ୍ୟୁରୋ: ବେକାବୁ କୋରୋନା । ଚୀନ୍‌ରେ ମହାମାରୀ ସାଜିଥିବା କୋରୋନାରେ ଏପର୍ଯ୍ୟନ୍ତ ଚୀନ୍‌ରେ ମୃତ୍ୟୁ ସଂଖ୍ୟା  1523କୁ ବୃଦ୍ଧିପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 66 ହଜାରକୁ ବୃଦ୍ଧି ପାଇଛି ।  ବୁହାନ ସହରରୁ ସୃଷ୍ଟି ହୋଇଥିବା  କୋରୋନା  ଏବେ ବିଶ୍ୱର 29ଟି  ସହରରେ ପହଞ୍ଚିସାରିଛି । ସମୟ ବଢିବା ସହ କୋରୋନା ଆହୁରି ତାର କାୟା ବିସ୍ତାର କରି ଚାଲିଛି ।  ବିଶେଷ କରି  ଚୀନ୍‌ରେ  ଲଗତାର  ଲୋକଙ୍କ ମୃତ୍ୟୁ ବଢିବାରେ ଲାଗିଛି ।

ଚୀନ ସରକାର  ଦ୍ୱାରା ଜାରି  କରାଯାଇଥିବା  ନୂଆ ମାମଲା ଅନୁସାରେ କୋରୋନା ଭାଇରସ୍‌ର ସଂକ୍ରମଣ କାରଣରୁ  143  ରୋଗୀଙ୍କ ମୃତ୍ୟୁ ହେବା ସହ  ସମୁଦାୟ 1523ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିବାନୁଯାୟୀ  ଦେଶରେ ଶୁକ୍ରବାର ଦିନ  ଏହି ଭାଇରସ୍‌ ଯୋଗୁ 143 ଜଣଙ୍କ ମୃତ୍ୟୁ  ଘଟିଛି ।  ଏଥିସହିତ ନୂଆ ସଂକ୍ରମିତଙ୍କ ସଂଖ୍ୟା 2,641ରେ  ପହଞ୍ଚିଛି ।  ଚୀନ୍‌ରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ 66,492ରେ ପହଞ୍ଚିଛି ।  ତେବେ ଏହା ବ୍ୟତିତ  ହେନାନରେ  ଦୁଇ ଓ ବେଜିଙ୍ଗ, ଚୋଙ୍ଗକ୍ୱିଙ୍ଗରେ  ଜଣେ ଲେଖା ମୃତ୍ୟୁ ମୁଖରେ ପଡିଛନ୍ତି ।

ଏହିମଧ୍ୟରେ  ଚୀନ୍‌ର ରାଷ୍ଟ୍ରପତି ଶୀ ଜିନପିଙ୍ଗ ଏହି  ମହାମାରୀର ଉପଚାର ଓ ଏହାକୁ ରୋକିବା ପାଇଁ  ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଓ କ୍ଲାଉଡ କମ୍ପ୍ୟୁଟିଙ୍ଗ ଭଳି ଡିଜିଟାଲ ଟେକନିକ୍‌ର ସାହାଯ୍ୟ ନେବା ପାଇଁ ଘୋଷଣା କରିଛନ୍ତି । ସେହିପରି ବୁହାନର ହସ୍ପିଟାଲରେ ସାମଗ୍ରୀ ପହଞ୍ଚାଇବାକୁ ଓ ଅନ୍ୟ କାର୍ଯ୍ୟରେ ସାହାଯ୍ୟ ପାଇଁ ରୋବୋର୍ଟକୁ ମୁତୟନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top