ଦେଶ

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ, ପଛରେ ଆମେରିକା ଓ ବ୍ରାଜିଲ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୫୨,୯୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣ ମୃତ୍ୟୁବରଣ କରିଛନ୍ତି ।

ଗୋଟିଏ ଦିନର ଆକ୍ରାନ୍ତଙ୍କ ସଂଖ୍ୟା ମାମଲାରେ ଭାରତ, ଆମେରିକା ଓ ବ୍ରାଜିଲକୁ ଟପିଯାଇଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ପାର କରିଛି । ୩୮,୧୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ଏବେ ଦେଶରେ ୫.୭୯ ଲକ୍ଷ ଆକ୍ଟିଭ୍ ମାମଲା ରହିଛି । କରୋନା ଭାଇରସ୍ ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାର, ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି ।

ଆମେରିକାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ପାର କରିଥିବା ବେଳେ ବ୍ରାଜିଲରେ ୨୭ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆମେରିକାରେ ୧ ଲକ୍ଷ ୫୮ ହଜାର ୩୬୫ ଜଣ ମୃତ୍ୟୁବରଣ କରିଥିବା ବେଳେ ବ୍ରାଜିଲରେ ୯୪ ହଜାର ଲୋକଙ୍କ ଜୀବନ ନେଇଛି କରୋନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top