ଦେଶ

ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

ଅର୍ଗସ ବ୍ୟୁରୋ : ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ। ଏନେଇ ତାମିଲନାଡ଼ୁ ସରକାର ଏସଓପି ଜାରି କରିଛନ୍ତି। ଏହି ଏସଓପି ଉଭୟ ସେଲୁନ ମାଲିକ ଓ ଗ୍ରାହାକଙ୍କୁ ମାନିବାକୁ ପଡ଼ିବ। ଯଦି କେହି ସରକାରଙ୍କ ଏସଓପିକୁ ଅବହେଳା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏହି ମଧ୍ୟରେ ଲକଡାଉନ କଟକଣା ମଧ୍ୟ କୋହଳ କରାଯାଇଛି। ଜୁନ 1ରୁ ତାମିଲନାଡ଼ୁ ରେ ସେଲୁନ ଏବଂ ବ୍ୟୁଟି ପାର୍ଲର ଖୋଲାଯିବ। କିନ୍ତୁ ଏଠାରେ ଚୁଟି କାଟିବା ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏସଓପି ମୁତାବକ, ଯଦି ଆପଣ ଚୁଟି କାଟିବା ପାଇଁ ଚାହୁଁଛନ୍ତି ତେବେ ସେଲୁନ୍ ଏବଂ ବ୍ୟୁଟି ପାର୍ଲରରେ ଆଧାର କାର୍ଡ ଦେବା ନିହାତି ଜରୁରୀ। ଯଦି କେହି ଏଭଳି ନକରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତାମିଲନାଡ଼ୁ ସରକାରଙ୍କ ଏସଓପି ଅନୁଯାୟୀ, କୌଣସି ସେଲୁନରେ 50 ପ୍ରତିଶତରୁ ଅଧିକ ଷ୍ଟାଫ୍ ରହିବେ ନାହିଁ। ସେଲୁନରେ ଏସି ଲାଗିବା ପାଇଁ ଅନୁମତି ଦିଆଯିବ ନାହିଁ। ସେଲୁନକୁ ଆସୁଥିବା ଲୋକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ। ସେଲୁନରେ ପ୍ରଥମେ ହାତକୁ ସାନିଟାଇଜ୍ କରିବାକୁ ପଡ଼ିବ। ସାମାଜିକ ଦୂରତ୍ଵ ପାଳନ କରିବାକୁ ପଡ଼ିବ। ସେଲୁନ ମାଲିକ ଗ୍ରାହକଙ୍କୁ ଡିସପୋଜାଲ ଆଫ୍ରନ ଏବଂ ଜୋତା କଭର ଦେବେ। ଏଥିପାଇଁ ଗ୍ରାହାକଙ୍କୁ ଅଧିକ 150 ଟଙ୍କା ଦେବାକୁ ପଡ଼ିବ। ତେବେ ଦୀର୍ଘ ଦିନ ପରେ ସେଲୁନ ଖୋଲୁଥିବାରୁ ଲୋକମାନେ ବେଶ୍ ଖୁସି ଅଛନ୍ତି। ସେମାନେ କହିଛନ୍ତି ଯେ, ଆମେ ଗାଇଡଲାଇନ ପାଳନ କରିବୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top