ଖେଳ

କୋରୋନା ଭୟରେ ଘୁଞ୍ଚିଲା ଆଇପିଏଲ୍‌

ମୁମ୍ବାଇ: ଘୁଞ୍ଚିଲା ଆଇପିଏଲ୍‌ ତାରିଖ । କୋରୋନା ଭୟରେ ଏବେ ଆଇପିଏଲ୍‌ ମ୍ୟାଚ୍‌କୁ ଘୁଞ୍ଚାଯାଇଛି । ମାର୍ଚ୍ 29 ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ଆଗାମୀ ଏପ୍ରିଲ୍‌ 15 ତାରିଖରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖାଦେଇଛି । କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷଣା କରାଯାଇଛି । ତେଣୁ କୋରେନା ଭୟାବହତାକୁ ଦୃଷ୍ଟିରେ ରଖି ଆଇପିଏଲ୍‌ ମ୍ୟାଚ୍‌କୁ ଘୁଞ୍ଚାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top