ଜୀବନ ମନ୍ତ୍ର

ଘରେ ବାହାର ବ୍ୟକ୍ତିଙ୍କ ପ୍ରବେଶ ପୂର୍ବରୁ ଧ୍ୟାନ ଦିଅନ୍ତୁ ଏହିସବୁ ଜିନିଷ ଉପରେ..

lifestyle

ଅର୍ଗସ ବ୍ୟୁରୋ:  କରୋନା ଭାଇରସର ପ୍ରଭାବ ଜାରି ରହିଛି । ଦେଶରେ ପ୍ରତ୍ୟେକ ଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଲକଡାଉନକୁ ଧୀରେ ଧୀରେ କୋହଳ କରାଯାଉଛି । ଯାହାଦ୍ୱାରା ରୋଜଗାର କରିବାର ଉପାୟ ପୁଣିଥରେ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ଘରେ ବନ୍ଦ ହୋଇରହିଛନ୍ତି । ଯାହାଦ୍ୱାରା ଘରକୁ କୌଣସି ବାହାର ବ୍ୟକ୍ତି ଆସିପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ଲକଡାଉନରେ ସାମାନ୍ୟ କୋହଳ ହେବା ପରେ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ତେବେ ବାହାର ବ୍ୟକ୍ତିଙ୍କ ଦ୍ୱାରା କରୋନା ଆକ୍ରାନ୍ତ କରିବାର ଭୟ ମଧ୍ୟ ରହିଛି ।  ତେବେ ଏହାକୁ ନେଇ କିଭଳି ସତର୍କ ରହିବେ ଧ୍ୟାନ ଦିଅନ୍ତୁ ।

. ପ୍ରଥମେ ଆପଣଙ୍କ ଘରକୁ ଯେଉଁ ବାହାର ବ୍ୟକ୍ତି ଆସୁଛନ୍ତି ଧ୍ୟାନ ଦିଅନ୍ତୁ ସେମାନେ କେଉଁ ସ୍ଥାନରୁ ଆସୁଛନ୍ତି । ଯଦି ଯେଉଁସ୍ଥାନରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନରୁ ଆସୁଛନ୍ତି ତେବେ ସେମାନଙ୍କୁ ନଆସିବା ପାଇଁ ବାରଣ କରନ୍ତୁ ।

. ଘରକୁ ଯଦି କୌଣସି  ବ୍ୟକ୍ତି ଆସୁଛନ୍ତି ତେବେ ତାଙ୍କୁ ଭଲଭାବରେ ସାନିଟାଇଜ ହୋଇ ଆସିବା ପାଇଁ ପାଇଁ କୁହନ୍ତି ।

. ଯେଉଁ ବ୍ୟକ୍ତି ଆସୁଛନ୍ତି ସେମାନେ ତାଙ୍କ ଜୋତା ବାହାର ରଖି ଆସନ୍ତୁ ।

. ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବା ପାଇଁ କୁହନ୍ତି ।

. ଘର ଭିତରେ ସାମାଜିକ ଦୂରତା ଅବଲମ୍ୱନ କରନ୍ତୁ ।

. ଘରକୁ ଆସୁଥିବା ବ୍ୟକ୍ତିମାନଙ୍କ ସହ ଘରେ ଥିବା ଛୋଟ ଛୋଟ ପିଲା ଏବଂ ବୃଦ୍ଧ ବୃଦ୍ଧାଙ୍କୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ ।

ତେବେ ଏସବୁ ଉପରେ ଧ୍ୟାନ ଦେଲେ କରୋନାଠାରୁ ନିଜକୁ ଏବଂ ନିଜ ପରିବାରକୁ ସୂରକ୍ଷିତ ରଖିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top