ଦେଶ

ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରେ ୫୧ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୦୩କୁ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ଆଉ ଜଣେ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ଗତକାଲି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରରୁ ଗଞ୍ଜାମରୁ ୪, ଯାଜପୁରରୁ ୫, କଟକରୁ ୯, ପୁରୀରୁ ଜଣେ, ଜଗତସିଂହପୁର ୨, ନୟାଗଡ଼ରୁ ୧୧, ଅନୁଗୁଳରୁ ୨, ମୟୂରଭଞ୍ଜରୁ ୩, କାଲାହାଣ୍ଡିରୁ ୧୧, ସମ୍ବଲପୁରରୁ ୨ ଏବଂ ମାଲକାନଗିରିରୁ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୧୧୦୩ ଥିବାବେଳେ ଗଞ୍ଜାମରେ ୩, କଟକରେ ଜଣେ ଓ ଖୋର୍ଦ୍ଧାରେ ୩ ଜଣ ପ୍ରାଣ ହରାଇଛନ୍ତି ।

ସେହିପରି ବିଶ୍ୱରେ ବିଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୩୪ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୋଟ ୫୧ ଲକ୍ଷ ୮୯ ହଜାର ୪୮୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୨୦ ଲକ୍ଷ ୭୮ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୭ ଲକ୍ଷ ୭୬ ହଜାର ୮୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କୋରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି ସଂଯୁକ୍ତ ରାଷ୍ଟ୍ର ଆମେରିକା । ଏଠାରେ ୧୬ ଲକ୍ଷ ୨୦ ହଜାର ୭୬୭ ଜଣ ଆକ୍ରାନ୍ତ ଥିବା ବେଳେ ୯୬ ହଜାର ୩୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ଋଷିଆ ଓ ବ୍ରାଜିଲରେ ମଧ୍ୟ କୋରୋନା ଭୟଙ୍କର ରୂପ ନେଇଛି । ଏହି ୨ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି ।

ସେହିପରି ଭାରତରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାରରୁ ଉର୍ଦ୍ଧ୍ୱ କେସ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଲକ୍ଷେ ୧୮ ହଜାର ୨୨୬ ଜଣ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ସେହିପରି ୨୪ ଘଣ୍ଟାରେ ୧୫୮ରୁ ଉର୍ଦ୍ଧ୍ୱ କୋରୋନା ଜନିତ ମୃତ୍ୟୁ ହୋଇଛି । ଏଥି ସହିତ ୩ ହଜାର ୫୮୪ ଜଣଙ୍କ ମୃତ୍ୟୁ ହେଲାଣି ଭାଇରସରେ । ଏବେ ସୁଦ୍ଧା ୪୮ ହଜାର ୫୫୩ ଜଣ କୋରୋନାରୁ ମୁକ୍ତି ପାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top