ଦେଶ

୯୦ ହଜାର ପାର ହେଲା  ଆମେରିକା ମୃତ୍ୟୁସଂଖ୍ୟା

ଅର୍ଗସ ବ୍ୟୁରୋ: ସାରା ବିଶ୍ୱରେ ବେକାବୁ କୋରୋନ ମହାମାରୀ । ଏହାର ଅଧିକା ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜିନି ମୃତ୍ୟୁସଂଖ୍ୟା ଲକ୍ଷେ ପାର ହେଲାଣି। ଗତ ୨୪ ଘଣ୍ଟାରେ କରୋନା ପୁଣି ଆମେରିକାରେ ୮୨୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୯୦,୯୭୮ରେ ପହଞ୍ଚି ଯାଇଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୭,୬୬୪ ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏଯାଏ ୩,୪୬,୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାର ନ୍ୟୁୟର୍କ କୋରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଦେଶର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷ ସ୍ଥିତି ବି ଧୀରେଧୀରେ ଜଟିଳ ହେବାରେ ଲାଗିଛି।

କୋରୋନା ଦ୍ୱାରା ଆମେରିକା ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରୁଷ। ପୂର୍ବରୁ କୋରୋନା ଆକ୍ରାନ୍ତ ତାଲିକାରେ ସ୍ପେନ ଦ୍ୱିତୀୟ ସ୍ଥାନରେ ଥିଲା। ହେଲେ ଏବେ ରୁଷ ଦ୍ୱିତୀୟ ସ୍ଥାନକୁ ଚାଲି ଯାଇଛି। ରୁଷରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୭୫୨ ଥିବା ବେଳେ ୨୬୩୧ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁହାର କମ ରହିଥିଲେ ହେଁ ପ୍ରତିଦିନ ୨୨ରୁ ୨୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top