ଜୀବନ ମନ୍ତ୍ର

ବାକି ଥିବା +୨ ପରୀକ୍ଷା ବାତିଲ, ସିବିଏସଇ ଢାଞ୍ଚାରେ ହେବ ମୂଲ୍ୟାୟନ

exam

ଭୁବନେଶ୍ୱର:  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାକି ଥିବା +୨ ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର । ରାଜ୍ୟରେ ମାର୍ଚ୍ଚ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ପରୀକ୍ଷାକୁ ବାତିଲ କରାଯାଇଛି  ।  +୨ର କଳା, ବାଣିଜ୍ୟ ଏବଂ ବିଜ୍ଞାନର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି  । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ଶିକ୍ଷାମନ୍ତ୍ରୀ ସମୀର ଦାଶ ।

ବାତିଲ ପରେ ସିବିଏସ୍‌ଇ ଢ଼ାଞ୍ଚାରେ ମୂଲ୍ୟାୟନ କରାଯିବା ସହ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରକୁ ଦେଖି ମାର୍କ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଯେଉଁମାନେ ୫ଟି ପେପର ଦେଇଥିବେ ସେମାନଙ୍କର ବେଷ୍ଟ ୩ଟି ପେପର ଅନୁଯାୟୀ ମୂଲ୍ୟାୟନ କରାଯିବ । ଯେଉଁମାନେ ୩ଟି ପେପର ଦେଇଛନ୍ତି ସେମାନଙ୍କର ବେଷ୍ଟ ୨ଟି ପେପରକୁ ଦେଖି ମାର୍କ ଦିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଅନ୍ୟପଟେ କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ ୨/୩/୪ ଆଧାରରେ ହେବ ମୂଲ୍ୟାୟନ । ଯେଉଁମାନେ ପରୀକ୍ଷା ଦେଇସାରିଛନ୍ତି ଖାତା ଦେଖା ହୋଇ ତାଙ୍କୁ ମାର୍କ ମିଳିବ । ସିବିଏସଇର ଗାଇଡଲାଇନ୍‌ ଭଳି ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ରୁହନ୍ତି ସେମାନଙ୍କର ପୂନର୍ବାର ପରୀକ୍ଷା ହେବ କିନ୍ତୁ କରୋନା ସଂକ୍ରମଣ ଠିକ୍ ହେବା ପରେ । ରାଜ୍ୟରେ ଏବେ କରୋନା କାରଣରୁ ଖାତା ଦେଖାରେ ବାଧା ଉପୁଜୁଛି । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ କରିବାକୁ ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ସମିର ଦାଶ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top