ଦେଶ

କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ, ୧୧ଟି କେନ୍ଦ୍ରରେ ଭୋଟ ଗଣତି

BJP

ବେଙ୍ଗାଲୁରୁ:  କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି । ଫଳାଫଳ ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ଚଳିତମାସ ୫ ତାରିଖରେ ୧୫ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୬୭.୯୧ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏବେ କ୍ଷମତାସୀନ ବିଜେପି ୧୦ଟି ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ଓ ଜେଡିଏସ୍ ୨ଟି ଲେଖାଏଁ ଏବଂ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି । ୟେଦୁରପ୍ପାଙ୍କୁ ସରକାରରେ ରହିବା ପାଇଁ ହେଲେ ଦଳକୁ ଅତିକମରେ ୬ଟି ଆସନରେ ବିଜୟୀ ହେବାକୁ ପଡ଼ିବ । ବିଜେପି ସହଜରେ ୬ଟି ଆସନରେ ବିଜୟୀ ହେବ ବୋଲି ବିଶ୍ୱାସ ରଖିଛି ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବ। ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ଚାରି ମାସ ପୁରୁଣା ସରକାରର ଭବିଷ୍ୟତ ନିର୍ଣ୍ଣୟ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top