ନ୍ୟୁଜ୍

ଓଲଟିଲା ଟ୍ରକ୍‌, ପୋତି ହୋଇଗଲେ ଦମ୍ପତି

ଯାଜପୁର: ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ।  ବାଇକ୍ରେ ଯାଉଥିବା  ଦମ୍ପତିଙ୍କ ଉପରେ ଓଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍ । ଫଳରେ ଦମ୍ପତି  ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ ।

ପରେ  ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଉକ୍ତ ବ୍ୟକ୍ତିଙ୍କର ଗୋଡ ୨ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଏହି ଦମ୍ପତିଙ୍କ ଘର ତାଳଜଙ୍ଗା ଗ୍ରାମର ବୋଲି  ଜଣାପଡିଛି । ତେବେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top