ନ୍ୟୁଜ୍

Covid-19ର ପରିସ୍ଥିତି ଦର୍ଶାଇବ Fukrey 3 !

ଅର୍ଗସ ବ୍ୟୁରୋ : ବିଶ୍ୱରେ କାୟା ମେଲାଇଛି କରୋନା । ସାରା ବିଶ୍ୱ ମହାମାରୀ କରୋନା ସହିତ ଲଢେଇ କରୁଛି । ପୁରା ଦେଶ ତମାମ୍ ହଇଚଇ ସୃଷ୍ଟି କରିଦେଇଛି କୋବିଡ 19 । ଆଉ ଏଭଳି ସ୍ଥିତିରେ ପୁରା ଦେଶ ତାଲାବନ୍ଦ ଦେଇ ଗତି କରୁଛି । ତେବେ ଏହାର ପ୍ରଭାବ ଗରିବ ଖଟିଖିଆଙ୍କୁ ଆରମ୍ଭ କରି ସିନେ ଜଗତ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ କୋଭିଡ 19ର ସ୍ଥିତିକୁ ନେଇ ଆଗକୁ ସିନେ ଇଣ୍ଡଷ୍ଟ୍ରୀରେ କିଛି ସିନେମା ଆସିବ କି ନାହିଁ ତାହା ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏଭଳି ସିନେମା ନେଇ ଯୋଜନା କରିଛନ୍ତି ବଲିଉଡ ଫିଲ୍ମ ପ୍ରଡ୍ୟୁସର୍ । କୋଭିଡ 19ର ପରିସ୍ଥିତି ଦର୍ଶାଇବା ପାଇଁ ଆଗକୁ ଆସିପାରେ ଫୁକ୍ରେ 3 ।

ସିନେ ନିର୍ଦ୍ଦେଶକ ଶ୍ରୀଗଦୀପ ସିଂ ଲାମ୍ବାଙ୍କ ମନରେ ଏହି ଧାରଣା ଆସିଥିବା ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତା ଶ୍ରୀଗଦୀପ ସିଂ ଲାମ୍ବା କହିଛନ୍ତି ଯେ, ସେ ତାଙ୍କ ହିଟ୍ ଫିଲ୍ମ ଫୁକ୍ରେର ତୃତୀୟ ଭାଗରେ କୋଭିଡ୍ -19 ସ୍ଥିତିକୁ ସ୍ପର୍ଶ କରିବାର କଳ୍ପନା କରୁଛନ୍ତି। ଲାମ୍ବା କହିଛନ୍ତି ଯେ ପୂର୍ବ ଦୁଇଟି ପାର୍ଟ ପରି ଫୁକ୍ରେ-3 ମଧ୍ୟ ମନୋରଞ୍ଜନ ଉପରେ ଅଧିକ ରହିବ ଏବଂ ସମସ୍ତଙ୍କୁ ଏକ ସାମାଜିକ ବାର୍ତ୍ତା ମଧ୍ୟ ପଠାଇବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫୁକ୍ରେ 3ରେ ମହାମାରୀ ଏବଂ ଲକଡାଉନ୍ ର ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ପୁରା ଟିମ୍ ଚିନ୍ତା କରୁଛି। “ଏହି ପାର୍ଟରେ ମଧ୍ୟ ଏକ ଦୃଢ ବାର୍ତ୍ତା ରହିବ ଯାହାକୁ ଲୋକମାନେ ଗ୍ରହଣ କରିବେ ଏବଂ ଏହା ଏକ ହାସ୍ୟାସ୍ପଦ ଉପାୟରେ ବିତରଣ କରାଯିବ”। ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଆମେ ଚିନ୍ତା କରୁଛୁ । ଆମେ ଏହା ଉପରେ ଆଲୋଚନା କରିଛୁ। ଆମେ ଏହାକୁ(କୋଭିଡ -19 ପରିସ୍ଥିତି) କିପରି ଦେଖାଇବୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ, ଏହା ବଳପୂର୍ବକ ଦେଖାଯିବା ଉଚିତ ନୁହେଁ।” ତେବେ ଏହା ଉପରେ ଏକ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ରଖିଥିବା ଲାମ୍ୱାଙ୍କ ନିର୍ଦ୍ଦେଶିତ ଫୁକ୍ରେ 3 ପରଦାକୁ କେବେ ଆସିବ ତାହା ଅପେକ୍ଷାରେ ରହିଛନ୍ତି ଦର୍ଶକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top