ଦେଶ

ଉପର ମୁହାଁ କରୋନା ମିଟର : ତିନି ସେନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 19 ହଜାର ପାର, 35 ମୃତ

ଅର୍ଗସ ବ୍ୟୁରୋ : ସାରା ଦେଶ ମହାମାରୀ କରୋନା ସଙ୍କଟ ଦେଇ ଗତି କରୁଛି। ବର୍ଦ୍ଧିତ କରୋନା ସଂକ୍ରମଣ ଭାରତର ତିନି ସେନାକୁ ମଧ୍ୟ ବ୍ୟାପିଛି। ସ୍ଥଳ ସେନାରେ କରୋନା ସଂକ୍ରମଣ ମାମଲା 16,758କୁ ବୃଦ୍ଧି ପାଇଥିବା ବେଳେ ନୌସେନାରେ 1365କୁ ବୃଦ୍ଧି ପାଇଛି। ସେହିପରି ବାୟୁସେନାରେ 1761 ଜଣ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାଇକ ଲୋକସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି।

ନାଇକ କହିଛନ୍ତି ଯେ, ଭାରତୀୟ ସ୍ଥଳ ସେନାରେ କରୋନା ସଂକ୍ରମଣ କାରଣରୁ 32 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ବାୟୁସେନାରେ 3 ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ନୌସେନାରେ ଏଭଳି କିଛି ଅଘଟଣ ଘଟିନାହିଁ। ସେ ପୁଣି କହିଛନ୍ତି ଯେ, ଡ୍ୟୁଟି ସମୟରେ କୌଣସି ଅଫିସରଙ୍କର ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଟର୍ମିନାଲ ସୁବିଧା ଯୋଗାଇ ଦିଆଯିବ।

ବୁଧବାର ଦେଶରେ 90,123 ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 50 ଲକ୍ଷ ଅତିକ୍ରମ କରିଛି। କେବଳ 11 ଦିନରେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ ବୃଦ୍ଧି ପାଇଛି। ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁଯାୟୀ, ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 82,961 ରୋଗୀ ସୁସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top