ନ୍ୟୁଜ୍

ଆଜି ପୁଣି ସିଏମସି ଅଞ୍ଚଳରୁ ୯ କରୋନା ପଜିଟିଭ୍ ଚିହ୍ନଟ, ୪ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ

କଟକ: ଆଜି କଟକ ମହାନଗର ନିଗମ (ସିଟିସି) ଅଞ୍ଚଳରେ 9 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 8 ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ଜଣେ ହୋମ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି କଟକରୁ 11 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଜିଟିଭ୍‌ଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ଅଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 26, 26, 22 ଓ 40 । ସେମାନେ ସମସ୍ତେ ସ୍ୱାସ୍ଥ୍ୟକର୍ମୀ ବୋଲି ସୂଚନା ମିଳିଛି ।

ଅନ୍ୟ 4 ଜଣ ଆଇସୋଲେସନ ୱାର୍ଡର ସମ୍ପର୍କରେ ଆସିଥିବା ବ୍ୟକ୍ତି । ସେମାନଙ୍କ ମଧ୍ୟରେ ମଧ୍ୟ 2 ଜଣ ମହିଳା ଓ ଦୁଇ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 60,42, 56 ଓ 55 ।

ଅନ୍ୟପଟେ ହୋମ କ୍ୱାରେଣ୍ଟାଇନରୁ ମିଳିଥିବା ଜଣେ ପଜିଟିଭ୍‌ ଅନ୍ୟ ଏକ ଜିଲ୍ଲାର ମେଡିକାଲରୁ ଫେରିଥିଲେ । ତାଙ୍କ ଘର ସିଡିଏ ସେକ୍ଟର 9 ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top