ଜୀବନ ମନ୍ତ୍ର

କରୋନା ଭାଇରସ: ଜାଣନ୍ତୁ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଇବାର ଉପାୟ..

child

ଅର୍ଗସ ବ୍ୟୁରୋ:  କରୋନା ସାରା ଦେଶରେ କାୟା ବିସ୍ତାର କରୁଛି । ବିଶେଷ କରି ଏହି ମହାମାରୀ ସମୟଟି ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ଛୋଟ ପିଲାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ ନିଜର ଇମ୍ୟୁନିଟି ବଢାଇବା ଅତ୍ୟନ୍ତ ଆବଶ୍ୟକ । ସୁସ୍ଥ ଓ ସହଜ ଜୀବନଶୈଳୀ ନିମନ୍ତେ ପ୍ରତ୍ୟେକଙ୍କର ରୋଗପ୍ରତିରୋଧକ ଶକ୍ତି ଭଲ ରହିବା ଆବଶ୍ୟକ । ମା’ ମାନେ ପିଲାଙ୍କ ଶକ୍ତି ବଢାଇବା ନିମନ୍ତେ ଏବେଠାରୁ କେତୋଟି ନିୟମ ପାଳନ କରିବା ଉଚିତ୍ ।

– ଦୈନିକ ଅଳ୍ପ ସମୟ ହେଉ ପଛେ, ପିଲାଙ୍କ ସହ ଖେଳନ୍ତୁ । ବ୍ୟାୟାମ ଓ ଯୋଗର ଉପଯୋଗିତା ବୁଝାଇବା ସହ ୫-୭ ମିନିଟ୍ ପିଲାଙ୍କ ସହ ମିଶି ଆପଣ ମଧ୍ୟ ଯୋଗ କରିବା ଉଚିତ୍ । ଏହା ଦ୍ୱାରା ସେମାନଙ୍କର ଆଗ୍ରହ ବଢ଼ିଥାଏ ।

– ଘର ତିଆରି ଖାଦ୍ୟ ପିଲାଙ୍କୁ ନିୟମିତ ଖାଇବାକୁ ଦିଅନ୍ତୁ । ବାହାର ରେସ୍ତୋରାଁ ଖାଦ୍ୟ ପାଟି ସୁଆଦ ଲାଗିଲେ ମଧ୍ୟ ସେସବୁ ସ୍ୱାସ୍ଥ୍ୟ ନିମନ୍ତେ ହିତକାରୀ ନୁହେଁ । ମାସକୁ ଥରୁଟିଏ ସେମାନଙ୍କୁ ଫାଷ୍ଟଫୁଡ, ନୁଡୁଲ୍ସ, ମୋମୋ ଇତ୍ୟାଦି ଦେଇପାରନ୍ତି ।

– ପାଣି ପିଇବା ଦ୍ୱାରା ଶରୀରରେ ହେଉଥିବା ଉତ୍ତମ ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କୁ ବୁଝାନ୍ତୁ । ପ୍ରତି ୧ ଘଣ୍ଟାରେ ଥରେ ପିଲାଙ୍କୁ ପାଣି ପିଇବାକୁ ମନେପକାଇ ଦେବା ଉଚିତ୍ ।

– ପିଲାମାନେ ଦୈନିକ ୯ ଘଣ୍ଟା ଶୋଇବା ଜରୁରୀ । ଏହା ସେମାନଙ୍କ ମସ୍ତିଷ୍କକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top