ଦେଶ

କରୋନା ଭୂତାଣୁ ଏକ ଅଦୃଶ୍ୟ ଶତ୍ରୁ କିନ୍ତୁ ଆମ ସ୍ଵାସ୍ଥ୍ୟକର୍ମୀ ଏହାକୁ ମାତ୍ ଦେବେ- ମୋଦି

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକର ରାଜୀବ ଗାନ୍ଧୀ ୟୁନିଭରସିଟି ଅଫ ହେଲଥ ସାଇନ୍ସର ସିଲଭର ଜୁବୁଲି କାର୍ଯ୍ୟକ୍ରମରେ ସମ୍ବୋଧି କରିଛନ୍ତି। ଏହି ଅବସରରେ କୋଭିଡ୍ ଲଢେଇରେ ଯୁଦ୍ଧ କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ବିନା ବର୍ଦିର ସୈନିକ କହି ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନା ବିରୋଧୀ ଏହି ଲଢେଇରେ ଭାରତ ବିଜୟୀ ହେବ। କୋଭିଡ୍ ଏକ ଅଦୃଶ୍ୟ ଶତ୍ରୁ କିନ୍ତୁ ଆମର ଅପରାଜୟ ମେଡ଼ିକାଲ କର୍ମୀ ତାକୁ ମାତ୍ ଦେବେ।

ମୋଦି ପୁଣି କହିଛନ୍ତି ଯେ, ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଆଜି ସବୁଠୁ ବଡ଼ ସଙ୍କଟ ସାମ୍ନାକୁ ଆସିଛି। ଯେପରି ବିଶ୍ଵଯୁଦ୍ଧ ପରେ ଦୁନିଆରେ ପରିବର୍ତ୍ତନ ଘଟିଥାଏ, ସେହିପରି କରୋନା ପରେ ସମ୍ପୂର୍ଣ୍ଣ ଦୁନିଆର ସ୍ଥିତି ବଦଳିଯିବ।

ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନେଇ 6 ବର୍ଷ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେ ଚାରୋଟି ସ୍ତମ୍ଭରେ କାମ କରୁଛି। ଆଜି ଆୟୁଷ୍ମାନ ଭାରତ ଯୋଜନାରେ ଦେଶରେ ଏକ କୋଟିରୁ ଅଧିକ ଲୋକ ମାଗଣା ସ୍ଵାସ୍ଥ୍ୟ ସେବାର ଲାଭ ଉଠାଇ ପାରୁଛନ୍ତି। ଦେଶରେ ବୈଶ୍ଵିକ ସ୍ତରରେ ମେଡ଼ିକାଲ ସୁବିଧା ଆରମ୍ଭ କରିବାକୁ ଆମର ଲକ୍ଷ୍ୟ ରହିଛି। ଏତଦ୍ ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ମୋଦି କହିଛନ୍ତି ଯେ, ଆଜି ସ୍ଵାସ୍ଥ୍ୟକର୍ମୀ ସୈନିକଙ୍କ ଭଳି ଦେଶ ପାଇଁ ଲଢେଇ କରୁଛନ୍ତି। କରୋନା ଭୂତାଣୁ ଦୃଶ୍ୟମାନ ନୁହେଁ କିନ୍ତୁ କରୋନା ଯୋଦ୍ଧାଙ୍କ ପରିଶ୍ରମ ଦୃଶ୍ୟମାନ ହେଉଛି। ସାରା ଦୁନିଆର ନଜର ଏବେ ଦେଶର ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ରହିଛି। ମିଶନ ଇନ୍ଦ୍ରଧନୁଷ, ଆୟୁଷ୍ମାନ ଭାରତ ଯୋଜନା ସମେତ ବହୁ ମହତ୍ତ୍ଵପୂର୍ଣ୍ଣ ଯୋଜନା ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନୂତନ ଦିଗ ଦେବ।

ସେ ପୁଣି କହିଛନ୍ତି ଯେ, ମେକ ଇନ ଇଣ୍ଡିଆ ଦ୍ଵାରା ସ୍ଵାସ୍ଥ୍ୟ ସୁବିଧାକୁ ନେଇ ଆଜି ଦେଶରେ ପିପିଇ କିଟ୍, ଏନ-95 ମାସ୍କ ପ୍ରସ୍ତୁତ କରାଯାଉଛି। ଆରୋଗ୍ୟ ସେତୁ ଆପକୁ ଏଯାବତ୍ ଦେଶରେ 12 କୋଟି ଲୋକ ଡାଉନଲୋଡ କରିସାରିଛନ୍ତି। ଦେଶରେ କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ସହ ଯଦି କେହି କିଛି ଖରାପ କରିବ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top