ନ୍ୟୁଜ୍

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସମ୍ମାନୀତ ହେଲେ ସ୍ୱର୍ଣ୍ଣଲତା

TRaffic police Swarnalata

ଭୁବନେଶ୍ୱର: ଏବେ ବି ବଞ୍ଚିଛି ମାନବିକତା । ଜଣେ ଦିବ୍ୟାଙ୍ଗଙ୍କୁ ରୋଡ୍‌ ପାରି କରାଉଛନ୍ତି ଜଣେ ମହିଳା ଟ୍ରାଫିକ୍‌ କନେଷ୍ଟବଳ । ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଢେର୍‌ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ମହିଳା ଟ୍ରାଫିକ୍‌ ପୋଲିସଙ୍କୁ ଅନେକ ଭ୍ୟୁୟର୍ସ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ ମହିଳାଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ରହିଥିବା ମଧ୍ୟ ଦେଖାଯାଇଛି ।

&

nbsp;

ଏହି ମହିଳା ଟ୍ରାଫିକ୍‌ ପୋଲିସ୍‌ ଜଣକ ହେଲେ ସ୍ୱର୍ଣ୍ଣଲତା ପରିଡ଼ା । ସେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରୋଡ୍‌ ପାରି କରାଉଥିବା ବେଳେ କେହି ଜଣେ ବ୍ୟକ୍ତି ତାଙ୍କର ଫଟୋ ଉଠାଇଥିଲେ । ଏବଂ ସେହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋଟି ସୋସିଆଲ ମିଡିଆରେ ସେୟାର ହେବା ପରେ ସେ ସମସ୍ତଙ୍କ ଫେଭରାଇଟ୍‌ ହୋଇଯାଇଥିଲେ ।

TRaffic police Swarnalata

ତେବେ ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ କମିଶନରେଟ୍‌ ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top