X
Breaking News
ଖେଳ

ଦ୍ରାବିଡ଼ଙ୍କୁ ବିସିସିଆଇର କ୍ଲିନ୍‌ ଚିଟ୍‌, ବିବାଦରୁ ମୁକୁଳିଲେ

Rahul Drabid

ନୂଆଦିଲ୍ଲୀ: ବିବାଦରୁ ମୁକ୍ତ ହେଲେ କ୍ରିକେଟର ରାହୁଲ ଦ୍ରାବିଡ଼ । ବିସିସିଆଇ ପକ୍ଷରୁ ତାଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଛି । ରାହୁଲଙ୍କ ବିରୋଧରେ ଏକା ଥରକେ ଦୁଇଟି ସ୍ଥାନରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା । ସେ ଏନ୍‌ସିଏ ମୁଖ୍ୟ ଥିବା ବେଳେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଏକ ସ୍ଥାନରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦିଗରୁ ତଦନ୍ତ କରାଯିବା ପରେ ବିସିସିଆଇ ପ୍ରଶାସକ କମିଟି ପକ୍ଷରୁ ତାଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଦ୍ରାବିଡ଼ଙ୍କ ନାଁରେ ଏହି ଅଭିଯୋଗ ହେବା ପରେ ସେ ବିବାଦରେ ଥିଲେ । ତବେ ଆଜି ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ପରେ ଏବେ ସେ ବିବାଦ ମୁକ୍ତ ହୋଇଛନ୍ତି । ତେବେ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭାବେ ଦାୟିତ୍ୱରେ ରହିବେ ରାହୁଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top