ଖେଳ

ଆରପାରିରେ ଭାରତୀୟ କ୍ରିକେଟର ରାଜିନ୍ଦର ଗୋଏଲ

ଭୁବନେଶ୍ୱର/କୋଲକତା : ଆରପାରିରେ ଭାରତୀୟ ଘରୋଇ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ହାସଲକାରି ରାଜିନ୍ଦର ଗୋଏଲ । ସେ ଗତକାଲି କୋଲକାତା ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ  77 ବର୍ଷ ହୋଇଥିଲା । ତେବେ ଦୀର୍ଘଦିନ ହେବ ସେ ଶାରୀରିକ ସମସ୍ୟା ଦେଇ ଗତିକରୁଥିଲେ । ଗୋଏଲ ରଣଜୀ ଟ୍ରଫିରେ ସର୍ବାଧିକ 637 ଟି ଓ୍ୱିକେଟ ହାସଲ କରିଥିଲେ ।  ସେ ମଧ୍ୟ 25 ଟି ଲେଖାଁଏ ଓ୍ୱିକେଟ 15 ଟି ସିଜିନରେ ନେଇଥିଲେ । ସେ 1958-59 ରେ ମାତ୍ର 16 ବର୍ଷ ବୟସରେ ରଣଜୀ ଖେଳିବା ଆରମ୍ଭ କରିଥିଲେ ।

ପାଖାପାଖି 26 ଟି ରଣଜୀ ସିଜିନ ଖେଳିବା ପରେ 44 ବର୍ଷ ବୟସରେ ଅବସର ନେଇଥିଲେ ।  ତାଙ୍କର ମୃତ୍ୟୁରେ ଭାରତୀୟ କ୍ରିକେଟ ବୋର୍ଡ଼ର ସଭାପତି ସୌରଭ ଗାଙ୍ଗୁଲି ଗଭୀର ଶୋକ ପ୍ରକାଶ କରିଛନ୍ତି । ସମସ୍ତ ଘରୋଇ କ୍ରିକେଟରେ 750 ଟି ଓ୍ୱିକେଟ ନେଇଥିବା ଗୋଏଲ କେବେବି ଭାରତ ପାଇଁ ଖେଳିପାରିନଥିଲେ । ଏକଦା ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଖେଳୁଥିବା ଏକାଦଶ ଖେଳାଳିଙ୍କ ମଧ୍ୟରେ ସ୍ଥାନ ମିଳିନଥିଲା । ଏବେ ତାଙ୍କ ପୁଅ ନିତିନ ହରିୟାଣା ପକ୍ଷରୁ ରଣଜୀ ଖେଳୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top