ଅପରାଧ

ଖଇନୀରୁ କଳହ, ବଚସା ପରେ ହତ୍ୟା 

ସୁନ୍ଦରଗଡ଼:  ସାମାନ୍ୟ ବଚସାକୁ ନେଇ ଟାଙ୍ଗିଆ ଚୋଟରେ ଚାଲିଗଲା ବୃଦ୍ଧଙ୍କ  ଜୀବନ । ସାମାନ୍ୟ ଖଇନୀ ନେଣଦେଣ କୁ ନେଇ ବଚସା ପରେ ହତ୍ୟା  । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଁ ଗାଁ ଫାଣ୍ଡି ଅନ୍ତର୍ଗତ କାରିମାଟି ଖଡିଆ ବସ୍ତିରେ । ଉକ୍ତ ବସ୍ତିର ଜଗନ୍ନାଥ ଭୁକ୍ତା ( ୭୦ ) ଙ୍କୁ ସେହି ବସ୍ତି ର ପିଟର ଡୁଙ୍ଗଡୁଙ୍ଗ ( ୬୦ ) ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା  ଜଣା ପଡିଛି  । ଏ ନେଇ ମୃତ ଜଗନ୍ନାଥ ଙ୍କ ପୁଅ ସତ୍ୟଦେବ ଭୁକ୍ତା ନୂଆଁଗାଁ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ନୂଆଗାଁ ଫାଣ୍ଡି ଅଧିକାରୀ କୈଳାସ ନାୟକ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତ ପିଟରକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗୀଆ କୁ ଯବତ କରିଛନ୍ତି  ।  ଏ ନେଇ ହାତୀବାରୀ ଥାନା ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି ପୋଲିସ ।

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜଗନ୍ନାଥ ଓ ପିଟର ଦୁଇ ଜଣ ଏକ ବସ୍ତି କୁ ମଦ୍ୟ ପାନ କରିବାକୁ ଯାଇଥିଲେ  । ସେଠାରେ ସେମାନେ ମଦ୍ୟପାନ କରି ଫେରିବା ବାଟରେ ଖଇନୀ ଦିଆନିଆ କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା  । ଦୁହେଁ ଝଗଡ଼ା ଲାଗି ଲାଗି ଘର ପର୍ଯ୍ୟନ୍ତ ଫେରିଥିଲେ ହେଁ ସେମାଙ୍କର ଝଗଡ଼ା ଥମି ନ ଥିଲା । ଉକ୍ତ ଝଗଡ଼ା ଉଗ୍ର ରୂପ ନେବାରୁ ଏଥିରେ ଉତକ୍ଷୀପ୍ତ ହୋଇ ପିଟର ଟାଙ୍ଗୀଆରେ ଜଗନ୍ନାଥଙ୍କୁ ମାରିଥିଲା ।  ଘଟଣାସ୍ଥଳରେ ରେ ହିଁ ଜଗନ୍ନାଥ ଙ୍କ ମୃତ୍ୟୁ ହୋଇଯାଇଥିଲା  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top